(ଅନୁଗୁଳ /ଜ୍ୟୋତିରଞ୍ଜନ ଧର) : ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକ୍ ଏନ୍ଟିପିସି ଥାନା ଇଲାକାରେ ଦିନକୁ ଦିନ ସାଇବର ଠକଙ୍କ ଦୈରାତ୍ମ୍ୟ ବୃଦ୍ଧି ପାଇବାରେ ଲାଗିଛି । ୫ଲକ୍ଷ ଟଙ୍କାର ଲୋନ୍ କରେଇଦେବା ଲୋଭ ଦେଖାଇ ଦୁଇଟି କିସ୍ତିରେ ୧ଲକ୍ଷ ୬୯୮ଟଙ୍କା ନେଇଗଲା ସାଇବର ଠକ । ଏଥର ସାଇବର ଠକଙ୍କ ଶୀକାର ହୋଇଛନ୍ତି ରଂଜନ ବେହେରା(୪୧) । ଏନଟିପିସି ଥାନା ଅଂଚଳ ଗଦାଶିଳା ଗ୍ରାମରେ ରଂଜନ ରହୁଥିବା ବେଳେ ତାଙ୍କର ପ୍ରକୃତ ଘର ଛେଣ୍ଡିପଦା ଥାନା ଅଧିନସ୍ଥ ମଣ୍ଡୁଆ ଗ୍ରାମର ବୋଲି ଥାନା ଆଇଆଇସି ଦୀପିକା ଦେବୀ ରାଓ ସୂଚନା ଦେଇଛନ୍ତି ।
ସୂଚନାରୁ ପ୍ରକାଶ ଯେ, ରିଲିଆନସ୍ ଫାଇନାନ୍ସ ନାମକ ଏକ ସଂସ୍ଥା ନିଜକୁ ପରିଚୟ ଦେଇ ୫ଲକ୍ଷ ଲୋନ୍ ଦେବା ରଂଜନକୁ ନିର୍ଭର ପ୍ରତିଶୃତି ଗତ ଶନିବାର ମିଳିଥିଲା । ଏଥିପାଇଁ ପ୍ରଥମେ ୧ଲକ୍ଷ ୬୯୮ଟଙ୍କା ସଂସ୍ଥାର ଏକାଉ ରେ ଡିପୋଜିଟ୍ ପାଇଁ କହିଥିଲା । ପରେ ସାଇବର ଠକ ଦେଇଥିବା ଏକ ଏକାଉ ନମ୍ବରରେ ୧ଲକ୍ଷ ୬୯୮ଟଙ୍କା ରଂଜନ ଡିପୋଜିଟ୍ କରିଥିଲେ । ତଦ୍ଅନୁଯାୟୀ ୩୧ଜୁଲାଇ ଓ ୨ଅଗଷ୍ଟରେ ଦୁଇଟି କିସ୍ତିରେ ରଂଜନ ବ୍ୟାଙ୍କ ଜରୀଆରେ ସଂପୃକ୍ତ ଟଙ୍କା ଡିପୋଜିଟ୍ କରିଥିଲେ । କିନ୍ତୁ ସାଇବର ଠକ ରଂଜନଙ୍କ ଫୋନ ନମ୍ବର ଆଉ ଉଠାଇନଥିଲା । ଫଳରେ ସେ ଜାଣିବାକୁ ପାଇଥିଲେ ଯେ ଠକାମିର ଶୀକାର ହୋଇଛନ୍ତି। ଏନେଇ ବୁଧବାର ରଂଜନ ଏନ୍ ଟିପିସି ଥାନାରେ ଅଭିଯୋଗ କରିଥିଲେ । ପୁଲିସ୍ ପକ୍ଷରୁ ଏକ ମାମଲା ରୁଜୁ କରି ଅନୁସନ୍ଧାନ ଚଳାଇଥିବା ଥାନା ଆଇଆଇସି ଶ୍ରୀମତୀ ରାଓ ସୂଚନା ଦେଇଛନ୍ତି । ପୂର୍ବରୁ ଅନେକ ସାଇବର ମାମଲାରେ ପୁଲିସ୍ର ପଦକ୍ଷେପ ନିରାଶ ଜନକ ହେବାରୁ ସାଇବର ଠକଙ୍କ ଚେର ଦିନକୁ ଦିନ ବଢୁଥିବା ସାଧାରଣରେ ଅଭିଯୋଗ ହୋଇଛି କିନ୍ତୁ ଅନ୍ୟପକ୍ଷରେ ଏହାକୁ ରୋକିବାରେ ପୁଲିସ୍, ପ୍ରଶାସନ, ସଚେତନରେ ଅଭାବ ଥିବା ଜନତା ଖୋଦ୍ ହିଁ ଦାୟୀ ବୋଲି କୁହାଯାଇଛି ।