ନୂଆଦିଲ୍ଲୀ(ମହାଭାରତ): ଇଂଲଣ୍ଡ ବିପକ୍ଷ ଟେଷ୍ଟ ପୂର୍ବରୁ ଭାରତକୁ ଲାଗିଲା ଆଉ ଏକ ବଡ ଝଟକା । ଇଂଲଣ୍ଡ ଗସ୍ତରେ ଯାଇଥିବା ଖେଳାଳୀମାନଙ୍କ ମଧ୍ୟରୁ ଆଉ ଜଣେ ଖେଳାଳୀ ଫେରିଛନ୍ତି ସ୍ୱଦେଶ । ତେଣୁ ଇଂଲଣ୍ଡ ବିପକ୍ଷ ସିରିଜରୁ ସେ ବାଦ ପଡିଛନ୍ତି ।
ଭାରତୀୟ କ୍ରିକେଟ ଟିମର ପିଛା ଛାଡୁନି ଆହତ ସମସ୍ୟା । ଜଣକ ପରେ ଜଣେଖେଳାଳୀ ଆହତ ହୋଇ ସ୍ୱଦେଶ ଫେରିବାରେ ଲାଗିଛନ୍ତି । ପ୍ରଥମେ ଶୁଭମନ ଗିଲ ଏବଂ ଆଭେଶ ଖାନଙ୍କ ପରେ ଏବ ପୁଣି ଜଣେ ଭରଷାଯୋଗ୍ୟ ଖେଳାଳୀ ଆହତ ହୋଇ ଘରକୁ ଫେରିଛନ୍ତି । ଭାରତ ଓ କାଉଣ୍ଟି ଇଲେଭେନ ମଧ୍ୟରେ ଖେଳାଯାଉଥିବା ମ୍ୟାଚରେ ଭାରତର ଅଲରାଉଣ୍ଡର ୱାଶିଂଟନ ସୁନ୍ଦରଙ୍କ ଆଙ୍ଗୁଠିରେ ଆହତ ଲାଗିଛି । ଆଭ୍ଗୁଠିରେ ବଲ ବାଜିବାରୁ ଆହତ ସୁନ୍ଦର ଗଭୀର ଯନ୍ତ୍ରଣା ଅନୁଭବ କରିଥିଲେ । ତେବେ ସ୍କାନ ପରେ ତାଭ୍କ ଆଙ୍ଗୁଠି ଭାଙ୍ଗି ଯାଇଥିବା ଜଣା ପଡିଛି । ଫଳରେ ସିରିଜ ଖେଳିବା ପୂର୍ବରୁ ହିଁ ସେ ଭାରତ ଫେରିଛନ୍ତି ।
ଚୟନ ହେବା ସତ୍ତେ୍ୱ ସିରିଜ ଖେଳିବା ପୂର୍ବରୁ ସ୍ୱଦେଶ ଫେରିବାରେ ଏହା ତାଙ୍କର ଦ୍ୱିତୀୟ ଘଟଣା । ପୂର୍ବରୁ ଆୟର୍ଲାଣ୍ଡ ବିପକ୍ଷରେ ମଧ୍ୟ ଚୟନ ହେବା ସତ୍ତେ୍ୱ ମ୍ୟାଚ ଖେଳିବା ପୂର୍ବରୁ ଘରକୁ ଫେରିଥିଲେ । ୨୦୧୮ ମସିହାରେ ଆୟର୍ଲାଣ୍ଡ ବିପକ୍ଷ ମ୍ୟାଚ ଖେଳିବା ପୂର୍ବରୁ ଗୋଇଠି ଜନିତ ଆଘାତ ହୋଇ ତାଙ୍କୁ ସ୍ୱଦେଶ ଫେରିବାକୁ ପଡିଥିଲା । ଏଥର ମଧ୍ୟ ଇଂଲଣ୍ଡ ବିପକ୍ଷରେ ସିରିଜ ଖେଳିବା ପୂର୍ବରୁ ଆହତ ହୋଇ ସିରିଜରୁ ବାଦ ପଡିଛନ୍ତି । ସୁନ୍ଦରଙ୍କ ପୂର୍ବରୁ ଶୁଭମନ ଗିଲ ଏବଂ ଆଭେଶ ଖାନ ମଧ୍ୟ ଆହତ ହୋଇ ସମ୍ପୂର୍ଣ୍ଣ ସିରିଜରୁ ବାଦ ପଡିଛନ୍ତି ।