ଓଡିଶା

ରାଉରକେଲାରେ ସ୍ଥିତି ଉଦ୍‌ବେଗଜନକ; ମୃତ୍ୟୁ ସଂଖ୍ୟା ୧୫କୁ ବୃଦ୍ଧି 

(ରାଉଲକେଲାା) : ହଇଜା ସଂକ୍ରମଣ ରାଉରକେଲାରେ ସ୍ଥିତି ଉଦ୍‌ବେଗଜନକ ରହିଛି। ଗୁରୁତର ରୋଗୀଙ୍କ ସଂଖ୍ୟା କମୁଥିଲେ ବି ଶୁକ୍ରବାର ଅପରାହ୍‌ଣରେ ଆଉ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି। ଏଥିସହ ମୃତ୍ୟୁ ସଂଖ୍ୟା ୧୫ରେ ପହଞ୍ଚିଛି। ଏବେ ଆହୁରି ଅନେକ ହଇଜା ସଂକ୍ରମିତ ରୋଗୀ ରାଉରକେଲା ସରକାରୀ ଡାକ୍ତରଖାନା (ଆର୍‌ଜିଏଚ୍‌), ହାଇଟେକ୍‌ ମେଡିକାଲ, ବେଦବ୍ୟାସସ୍ଥ ଜୟପ୍ରକାଶ ହସ୍ପିଟାଲ ଓ ଇସ୍ପାତ ଜେନେରାଲ ହସ୍ପିଟାଲ (ଆଇଜିଏଚ୍‌)ରେ ଚିକିତ୍ସାଧୀନ ଅଛନ୍ତି। ମୃତକ ହେଲେ ରାଉରକେଲା ପାୱାରହାଉସ୍‌ ରୋଡ ଅଞ୍ଚଳର ପଙ୍କଜ ମଣ୍ଡଳ (୪୨)। ସେ ହାଇଟେକ୍‌ ମେଡିକାଲ୍‌ରେ ଭର୍ତ୍ତି ହେଇଥିଲେ।

ସୂଚନାନୁଯାୟୀ, ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ଯୁଗ୍ମ ନିର୍ଦ୍ଦେଶକ ଡାକ୍ତର ଅଶୋକ କୁମାର ପାଇକରାୟ, ଡାକ୍ତର ସଞ୍ଜିତ ଗରାବଡ଼ୁଙ୍କ ସମେତ ହଇଜା ଚିକିତ୍ସା ପାଇଁ ୧୮ ଜଣ ଡାକ୍ତରଙ୍କୁ ନିଯୁକ୍ତି ଦିଆଯାଇଛି। ମୃତକ ହେଲେ ରାଉରକେଲା ମଧୁସୂଦନପାଲିର ସାବିତ୍ରୀ ଗିରି (୪୫)। ଗୁରୁବାର ରାଉରକେଲା ସରକାରୀ ଡାକ୍ତରଖାନା (ଆର୍‌ଜିଏଚ୍‌)ରେ ଚିକିତ୍ସିତ ହଇଜା ରୋଗୀଙ୍କ ସଂଖ୍ୟା ତିନିରୁ ଦୁଇ ଅଙ୍କକୁ ଖସିଛି।

Related posts

ପିପିଲିରେ ୨୯ ପ୍ଲାଟୁନ ଓଏସପି, ୩ କମ୍ପାନୀ ସିଏପିଏଫ ମୁତୟନ: ଡିଜିପି

mahabharatanews

ପୁଣି ବିବାଦରେ ପାଉଁଶକୁଳି

mahabharatanews

ରାଜଧାନୀର ୧୨ ହୋଟେଲରେ କ୍ୱାରେଣ୍ଟ।ଇନ୍ ସୁବିଧା

mahabharatanews