ଓଡିଶା

ଭାଲୁ ସଙ୍ଗେ କଲେ ଭାବ, ଅବଶ୍ୟ ରାମ୍ପୁଡ଼ା ଖାଇବ

(ମହାଭାରତ/ପ୍ରିୟଦର୍ଶନୀ ସ୍ୱାଇଁ): ଆଜିକାଲି ସେଲଫି ନେବା ଯୁବପିଢ଼ିଙ୍କ ମଧ୍ୟରେ ଏକ ପ୍ରକାର ଫେସନ ହୋଇ ସାରିଲାଣି । ତେବେ ଭାଲୁ ସହ ମଙ୍ଗୂବାର ଓ ଶନିବାର ଦିନ ସେଲଫି ନେବା ପାଇଁ ଭିଡ଼ ଜମୁଛି । ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ସତ । ଏପରି ଏକ ଭାଲୁ ରହିଛି ନୂଆପଡ଼ା ଜିଲ୍ଲା ବୋଡ଼େନ୍‌ ବ୍ଲକ ଲର୍କା ଗାଁରେ । ଯିଏ ହିଂସ ନହୋଇ ଲୋକଙ୍କ ସହ ସେଲଫି ନେଉଛି । ବିଭିନ୍ନ ଜିଲ୍ଲାରୁ ଭାଲୁ ଆକ୍ରମଣରେ ମୃତ ଖବର ଆସୁଥିବା ବେଳେ ଏହି ଭାଲୁ ସୁନା ପିଲା ଭଳି ସମସ୍ତଙ୍କୁ କିମିଆ କରିଦେଇଛି । ଆଉ ଲୋକଙ୍କ ସହ ଖୁସିରେ ସେଲଫି ନେଉଛି । ସବୁଠାରୁ ବଡ଼ କଥା ହେଉଛି ଭାଲୁଟି ମାଂସ ନଖାଇ ନଡ଼ିଆ ଖାଇ ବଞ୍ଚୁଛି । ଏନେଇ ଖଡ଼ିଆଳ ରେଞ୍ଜର ନିଜର ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି, ଭାଲୁର କ୍ଷତି ନକଲେ ସେ କେବେ ଆକ୍ରମଣ କରେ ନାହିଁ । ହେଲେ ଭାଲୁ ସାଙ୍ଗରେ ସେଲ୍‌ଫି ନନେବାକୁ ସେ ପରାମର୍ଶ ଦେଇଛନ୍ତି । ବନ୍ୟପ୍ରାଣୀଙ୍କ ପ୍ରତି ସମ୍ବେଦନଶୀଳ ହେବା ନିଶ୍ଚୟ ଭଲକଥା । ହେଲେ ଭୁଲିଯିବା ଉଚିତ ନୁହେଁ ଯେ ଭାଲୁ ସଙ୍ଗେ କଲେ ଭାବ, ଅବଶ୍ୟ ରାମ୍ପୁଡ଼ା ଖାଇବ । ତେଣୁ ରେଞ୍ଜରଙ୍କ ପରାମର୍ଶ ନମାନି ଭାଲୁ ସହ ସେଲ୍‌ଫି ନେବା କେତେବେଳେ ବି ବିପଜ୍ଜନକ ହୋଇପାରେ ।

Related posts

ହିଟ୍ ୱେଭ ନେଇ ଆଜି ୧୩ ଜିଲ୍ଲାକୁ ୱାର୍ଣ୍ଣିଂ ଜାରି

mahabharatanews

ଯୋଗ ଶିବିର ସହ ୩୧ଟି ଯଜ୍ଞ କୁଣ୍ଡୟ ବିଶ୍ବ ଶାନ୍ତି ମହାଯଜ୍ଞ ଓ ବୈଦିକ ପ୍ରବଚନ

mahabharatanews

ଯୌତୁକ ପାଇଁ ବଧୂହତ୍ୟା ଉଦ୍ୟମ

mahabharatanews

Leave a Comment