ଭୁବନେଶ୍ୱର: +୩ରେ ନାମ ଲେଖାଇବା ପାଇଁ ରାଜ୍ୟ ସରକାର ଗାଇଡଲାଇନ ଜାରି କରିଛନ୍ତି । ଗାଇଡଲାଇନରେ ନାମଲେଖା ପାଇଁ ଅରିଜିନାଲ ସାର୍ଟିଫିକେଟ ଜରୁରି ନ ଥିବା କୁହାଯାଇଛି । କରୋନା କାରଣରୁ ଅରିଜିନାଲ ସାର୍ଟିଫିକେଟ ମିଳିବାରେ ବିଳମ୍ବ ହେଉଥିବାରୁ ଏଭଳି ବ୍ୟବସ୍ଥା କରାଯାଇଛି । ସମସ୍ତ କଲେଜ ଅଧ୍ୟକ୍ଷଙ୍କୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଚିଠି ଜାରି କରାଯାଇଛି । ତେବେ +୩ ଆଡମିଶନ ବେଳେ ସେଲଫ ଆଟେଷ୍ଟେଡ ଡାଉନଲୋଡ ମାର୍କସିଟ ଗ୍ରହଣ କରାଯିବାକୁ ସବୁ କଲେଜ ଅଧ୍ୟକ୍ଷଙ୍କୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଚିଠି କରାଯାଇଛି । ସେହିପରି ମାଇଗ୍ରେସନ ସାର୍ଟିଫିକେଟ ପାଇଁ ବି ବାଧ୍ୟ ନକରିବାକୁ ଚିଠିରେ ଉଲ୍ଲେଖ କରାଯାଇଛି । ପରେ ଅରିଜିନାଲ ସାର୍ଟିଫିକେଟ ଦେବାକୁ ଛାତ୍ରଛାତ୍ରୀ ଅଣ୍ଡରଟେକିଂ ଦେବେ ବୋଲି କୁହାଯାଇଛି ।
ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ସମସ୍ତ ଯୁକ୍ତ ୩ କଲେଜ(ଡିଗ୍ରୀ କଲେଜ, ସେଲ୍ପ ଫାଇନାନ୍ସିଂ କଲେଜ, ସଂସ୍କୃତ କଲେଜ)ରେ ସ୍ନାତକ(+୩) ନାମ ଲେଖା ପାଇଁ ସୋମବାର ପ୍ରଥମ ପର୍ୟ୍ୟାୟ କଟ ଅଫ ମାର୍କ ପ୍ରକାଶ ପାଇଛି । ସେପ୍ଟେମ୍ବର ୨୯ରୁ ଅକ୍ଟୋବର ୨ ମଧ୍ୟରେ ନାମ ଲେଖା ହେବ ।
previous post