ଭାରତ

ୟୁକ୍ରେନରେ ଫସିଛନ୍ତି ଓଡିଆ ଡାକ୍ତରୀ ଛାତ୍ରଛାତ୍ରୀ

ନୂଆଦିଲ୍ଲୀ: ରୁଷିଆ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇଯାଇଛି । ସେପଟେ ୟୁକ୍ରେନରେ ଡାକ୍ତରୀ ପଢ଼ୁଥିବା ଢେଙ୍କାନାଳର ଦୁଇଜଣ ଛାତ୍ରଛାତ୍ରୀ ସମେତ ପ୍ରାୟ ୪୦ରୁ ଅଧିକ ଓଡ଼ିଆ ପିଲା ଫସିରହିଥିବା ଜଣାପଡିଛି । ତେବେ ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ଗୋବିନ୍ଦପୁର ଗ୍ରାମର ସନ୍ତୋଷ ସ୍ୱାଇଁଙ୍କ ପୁଅ ସୁପ୍ରୀତ ସ୍ୱାଇଁ ୟୁକ୍ରେନ ସ୍ଥିତ ଭିନିଷ୍ଠ ନାସନାଲ ମେଡ଼ିକାଲ କଲେଜରେ ପ୍ରଥମ ବର୍ଷ ଡାକ୍ତରୀ ଛାତ୍ର ଭାବେ ପାଠ ପଢୁଛନ୍ତି । ସୁପ୍ରୀତଙ୍କ ସହ କାମାକ୍ଷାନଗରର ସୁଭଲିପ୍ସା ନାମକ ଜଣେ ଛାତ୍ରୀ ପ୍ରଥମ ବର୍ଷ ଓ ଢେଙ୍କାନାଳ ସହର କାଠଗଡା ଅଂଚଳର ଆଦିତ୍ୟ ମହାପାତ୍ରଙ୍କ ପୁଅ ଆଶାଦିପ ମଧ୍ୟ ଡାକ୍ତରୀ ପଢ଼ୁଥିବା ଜଣାପଡିଛି । ଗତ ଡିସେମ୍ବର ମାସରୁ ସୁପ୍ରୀତ ଘରୁ ୟୁକ୍ରେନ ଯାଇଥିବା ତାଙ୍କ ପରିବାର ପକ୍ଷରୁ କୁହାଯାଇଛି ।
ଏହି ଯୁଦ୍ଧ ଆରମ୍ଭ ହେବା ପରେ ସୁପ୍ରୀତଙ୍କ ପରିବାର ଓ ଗ୍ରାମବାସୀଙ୍କ ମନରେ ଏକ ପ୍ରକାର ଭୟର ବାତାବରଣ ଖେଳିସାଇଛି । କିପରି ତାଙ୍କ ପିଲାମାନେ ସୁରକ୍ଷିତ ଅବସ୍ଥାରେ ଫେରି ଆସିବେ ସେଥିପାଇଁ ସୁପ୍ରୀତ ଙ୍କ ଗ୍ରାମବାସୀ ଓ ତାଙ୍କ ପରିବାର ସରକାରଙ୍କ ଉଦ୍ଦେଶ୍ୟରେ ଅନୁରୋଧ କରିଛନ୍ତି ।

 

Related posts

ଇସ୍ତଫା ଦେଲେ ପେଟିଏମ୍ ସିଇଓ ତଥା ସଭାପତି ଭବେଶ ଗୁପ୍ତା

mahabharatanews

ପ୍ରକାଶ ପାଇଲା କଂଗ୍ରେସର ସପ୍ତମ ପ୍ରାର୍ଥୀ ତାଲିକା 

mahabharatanews

ଆଜି କେଜ୍ରିୱାଲ୍‌ଙ୍କ ମାଆବାପାଙ୍କୁ ପଚରାଉଚରା କରିବ ପୁଲିସ୍‌

mahabharatanews