ବିଶ୍ୱଭାରତ

ଭାରତ ତରଫରୁ ନାଦେଲାଙ୍କୁ ପଦ୍ମଭୂଷଣ ସମ୍ମାନ

ବ୍ୟୁରୋ:ପଦ୍ମଭୂଷଣ ସମ୍ମାନରେ ସମ୍ମାନିତ ହେଲେ ମାଇକ୍ରୋସଫ୍ଟ ସିଇଓ ସତ୍ୟ ନାଦେଲା । ଆମେରିକାରେ ଭାରତ ପକ୍ଷରୁ ତାଙ୍କୁ ସମ୍ମାନିତ କରାଯାଇଛି । ଭାରତର କନସୁଲ ଜେନରାଲ ନଗେନ୍ଦ୍ର ପ୍ରସାଦ ନାଦେଲାଙ୍କୁ ଏହି ପୁରଷ୍କାର ପ୍ରଦାନ କରିଛନ୍ତି । ନାଦେଲା ଆସନ୍ତା ଜାନୁୟାରୀରେ ଭାରତ ଆସିବା ନେଇ ଯୋଜନା ରହିଛି । ଏହି ସମ୍ମାନ ପାଇଁ ସେ ଭାରତବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏଥି ସହିତ ଭାରତର ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ନିକଟରେ କୃତଜ୍ଞତା ଜ୍ଞାପନ କରିଛନ୍ତି । ଏଥି ସହିତ ଭାରତକୁ ସଫଳତା ଦିଗରେ ଅନେକ ସହାୟତା ଯୋଗାଇବେ ବୋଲି ଏହି ଅବସରରେ କହିଛନ୍ତି ।

Related posts

ମଥୁରାରେ ପ୍ରବଳ ଗହଳି; ୨ ଶ୍ରଦ୍ଧାଳୁ ଗୁରୁତର   

mahabharatanews

ଦେଶରେ କରୋନା ସଂକ୍ରମଣ ହ୍ରାସ ; ୩,୯୪୭ କରୋନା ପଜିଟିଭ ଚିହ୍ନଟ

mahabharatanews

‘ଜାତି ଏବଂ ଧର୍ମ ନାଁରେ ଭୋଟ୍ ମାଗନ୍ତୁ ନାହିଁ ‘: କମିଶନର

mahabharatanews