ଓଡିଶା

ବିପୁଳ ପରିମାଣର ଗଞ୍ଜେଇ ଜବତ

(ବୌଦ୍ଧ) : ଟ୍ରକରେ ଚାଲଣ ହେଉଥିଲା ବିପୁଳ ପରିମାଣର ଗଞ୍ଜେଇ ।  ବୌଦ୍ଧରୁ ମହାରାଷ୍ଟ୍ରକୁ ଟ୍ରକ୍ ଯୋଗେ ଚାଲାଣ ହେଉଥିବା ବିପୁଳ ପରିମାଣର ଗଞ୍ଜେଇକୁ ଶୁକ୍ରବାର ଜବତ କରାଯାଇଛି । ଏହି ଘଟଣାରେ ଟ୍ରକ୍‌ର ଚାଳକ ମହାରାଷ୍ଟ୍ର ନାଗପୁରର ଆଜାତ ସରଫରାଜ ଖାନ୍ ଓ ହେଲ୍‌ପରଙ୍କୁ ସିଦ୍ଧନାଥ ରାମ ମିଳନ ଯାଦବଙ୍କୁ ଗିରଫ କରାଯାଇଛି ।
ସୂଚନାନୁଯାୟୀ , ଶୁକ୍ରବାର ସକାଳେ ଏକ ଟ୍ରକ୍ ଯୋଗେ ମହାରାଷ୍ଟ୍ରକୁ ଗଞ୍ଜେଇ ଚାଲାଣ ହେଉଥିବା ସୂଚନା ମିଳିଥିଲା । ସଂଗେ ସଂଗେ ବୌଦ୍ଧ ବ୍ରିଜ ଛକ ନିକଟରେ ପୁଲିସ ଉକ୍ତ ଟ୍ରକ୍‌କୁ କାବୁ କରିଥିଲା । ଟ୍ରକ୍‌ରୁ ମୋଟ ୧୦ କୁଇଣ୍ଟାଲ ୨୫ କେଜି ଗଞ୍ଜେଇ ମିଳିଥିଲା । ଜବତ ଟ୍ରକ୍ ଓ ଗଞ୍ଜେଇକୁ ଥାନାକୁ ଅଣାଯାଇଥିଲା । ସେହିପରି ଦୁଇ ଅଭିଯୁକ୍ତଙ୍କ ନିକଟରୁ ନଗଦ ୧୮ ହଜାର ଟଙ୍କା ଓ ୨ଟି ମୋବାଇଲ ଫୋନ୍ ମଧ୍ୟ ଜବତ କରାଯାଇଥିଲା । ପରେ ଉଭୟଙ୍କୁ କୋର୍ଟଚାଲାଣ କରାଯାଇଥିଲା

Related posts

ସ୍ନାନ ପୂର୍ଣ୍ଣିମା ପରବର୍ତ୍ତୀ ଅଣସର ଦର୍ଶନ ପାଇଁ ଅଲାରନାଥ ମନ୍ଦିରରେ ପ୍ରସ୍ତୁତି ସମୀକ୍ଷା କଲେ…

mahabharatanews

ତୀର୍ଥ ଯାତ୍ରୀ ବସକୁ ଧକ୍କା ଦେଲା ଆଉ ଏକ ତୀର୍ଥ ଯାତ୍ରୀ ବସ,୧୦ ଆହତ

mahabharatanews

ଅପରାହ୍ଣ ୪ଟା ଯାଏଁ ଗୃହ ମୁଲତବୀ

mahabharatanews