ମନୋରଞ୍ଜନ

ଗ୍ରାଣ୍ତ ରିସେପ୍ସନ୍ ପାର୍ଟି ଦେବେ ପରି-ରାଘବ

(ମୁମ୍ବାଇ) : ନୂଆ ବାହାହୋଇଥବା ଚର୍ଚିତ କପୁଲ ହେଉଛନ୍ତି ବଲିଉଡ ଅଭିନେତ୍ରୀ ପରିଣିତୀ ଚୋପ୍ରା ଏବଂ ଆପ୍ ନେତା ରାଘବ ଚଢା । ସେପ୍ଟେମ୍ବର ୨୪ରେ ଉଭୟ ହାତକୁ ଦି ହାତ ହୋଇଛନ୍ତି । ଉଭୟଙ୍କ ବିବାହ ଫଟୋ ଏବଂ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ତେବେ ବର୍ତ୍ତମାନ ଖବର ଆସୁଛି ଯେ ଏହି ଦମ୍ପତି ଖୁବ୍ ଶୀଘ୍ର ଆଉ ଏକ ରିସେପ୍ସନ୍ ପାର୍ଟିର ଆୟୋଜନ ହେବାକୁ ଯାଉଛନ୍ତି । ତେବେ ଏହି ରିସେପ୍ସନ୍ ପାର୍ଟିର ନିମନ୍ତ୍ରଣ ପତ୍ର ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ପରିଣିତୀ ଚୋପ୍ରା ଏବଂ ରାଘବ ଚଢା ମୁମ୍ବାଇରେ ଏକ ଗ୍ରାଣ୍ତ ରିସେପ୍ସନ୍ ପାର୍ଟିର ଆୟୋଜନ କରିବେ । ଯେଉଁଥିରେ ଅନେକ ବଲିଉଡ ସେଲିବ୍ରିଟିଙ୍କଠୁ ଆରମ୍ଭ କରି ରାଜ ନେତା ମାନେ ଯୋଗ ଦେବେ ।

ସୂଚନାନୁଯାୟୀ , ସେହିପରି ଚଣ୍ଡିଗଡ଼ର ତାଜ ହୋଟେଲରେ ଆୟୋଜିତ ରିସେପ୍ସନର ନିମନ୍ତ୍ରଣ ପତ୍ର ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ହେଲେ ବର୍ତ୍ତମାନ ପର୍ଯ୍ୟନ୍ତ ଉଭୟଙ୍କ ପକ୍ଷରୁ କୌଣସି ସୂଚନା ଜାରି କରାଯାଇ ନାହିଁ । ଏହି ଭାଇରାଲ୍ ନିମନ୍ତ୍ରଣ ପତ୍ର ଅନୁସାରେ, ଦମ୍ପତି ବର୍ତ୍ତମାନ ତିନୋଟି ଭିନ୍ନ ଭିନ୍ନ ସ୍ଥାନରେ ରିସେପ୍ସନ୍ ପାର୍ଟିର ଆୟୋଜନ କରିବାକୁ ଯାଉଛନ୍ତି । ଏପର୍ଯ୍ୟନ୍ତ ଏ ସମ୍ପର୍କରେ କୌଣସି ସରକାରୀ ଘୋଷଣା ହୋଇନାହିଁ କିନ୍ତୁ ଏହି ନିମନ୍ତ୍ରଣ ପତ୍ର ସୋସିଆଲ ମିଡିଆରେ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି।

Related posts

ନୂଆ ଫିଲ୍ମ ପାଇଁ ପ୍ରସ୍ତୁତ ହେଉଛନ୍ତି ଧର୍ମେନ୍ଦ୍ର

mahabharatanews

ଫିଲ୍ମ ‘ଆଦିପୁରୁଷ’ପାଇଁ ମନୋଜଙ୍କୁ ଜବାବ ମାଗିଲେ କୋର୍ଟ

mahabharatanews

୧୬ରେ ପରଦାକୁ ଆସିବ ପ୍ରଭାସଙ୍କ ଫିଲ୍ମ ‘ଆଦିପୁରୁଷ’

mahabharatanews