ଭାରତ

ସ୍ୱଚ୍ଛତା ହିଁ ସେବା ଅଭିଯାନରେ ଭାରତୀୟ ରେଳବାଇ

(ଦିଲ୍ଲୀ) :  ଅକ୍ଟୋବର ୨ ପର୍ଯ୍ୟନ୍ତ ଚାଲୁଥିବା ସ୍ୱଚ୍ଛତା ହିଁ ସେବା ଅଭିଯାନର ଏକ ଅଂଶ ଭାବରେ, ଭାରତୀୟ ରେଳବାଇ ଅନେକ କାର୍ଯ୍ୟକଳାପ ମାଧ୍ୟମରେ ଏକ ସ୍ୱଚ୍ଛ ରେଳ ବ୍ୟବସ୍ଥା ଦିଗରେ କାର୍ଯ୍ୟ କରୁଛି। ଯେପରି କି  ସ୍ବଚ୍ଛତା ହିଁ ସେବା ଅଭିଯାନର ପ୍ରଥମ ୯ ଦିନରେ ସେପ୍ଟେମ୍ବର ୧୫ରୁ ୨୪ ପର୍ଯ୍ୟନ୍ତ ୧.୫ ଲକ୍ଷରୁ ଅଧିକ ବ୍ୟକ୍ତି ଉତ୍ସାହର ସହ ଅଂଶଗ୍ରହଣ କରି ସମୁଦାୟ ୪,୯୮,୨୬୫ ଘଣ୍ଟା ଏହି ଅଭିଯାନ ପାଇଁ ଉତ୍ସର୍ଗ କରିଥିଲେ। ଯାତ୍ରୀମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ରେଳବାଇ ଏକ ବ୍ୟାପକ ଆଭିମୁଖ୍ୟ ଗ୍ରହଣ କରିଛି। ରେଳବାଇର ଅଫିସିଆଲ ୱେବସାଇଟରେ ସ୍ୱଚ୍ଛତା ହି ସେବା ଲୋଗୋ ଏବଂ ବ୍ୟାନର ପ୍ରମୁଖ ଭାବରେ ପ୍ରଦର୍ଶିତ ହୋଇଛି।

ସୂଚନାନୁଯାୟୀ ,ଚଳିତ ବର୍ଷ ଷ୍ଟେସନଗୁଡ଼ିକରେ ସ୍ୱଚ୍ଛତା ଓ ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ହଟାଇବା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି। ଏହି ଅଭିଯାନରେ ସ୍ୱଚ୍ଛ ସମ୍ବାଦ (ସ୍ୱଚ୍ଛ ସଂଳାପ), ସ୍ୱଚ୍ଛ ରେଳଗାଡି, ସ୍ୱଚ୍ଛ ଷ୍ଟେସନ, ସ୍ୱଚ୍ଛ ପରିସର, ସ୍ୱଚ୍ଛ ଆହାର ଏବଂ ସ୍ୱଚ୍ଛ ପ୍ରସାଧନ (ସ୍ୱଚ୍ଛ ପାଣ୍ଟ୍ରି) ଆଦି ଅନ୍ତର୍ଭୁକ୍ତ।  ଏହି ଅଭିଯାନ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ପାଇଁ ‘ସ୍ୱଚ୍ଛ ରେଳ, ସ୍ୱଚ୍ଛ ଭାରତ’ ସ୍ଲୋଗାନ ଅଧୀନରେ ପ୍ରଭାତ ଫେରିର ଆୟୋଜନ କରାଯାଉଛି।

Related posts

ମଣିପୁର ଲଜ୍ୟା : ଗିରଫ ହେଲା ମୁଖ୍ୟ ଅଭିଯୁକ୍ତ 

mahabharatanews

ବଙ୍ଗଳା ଖାଲି କଲେ ମହୁଆ 

mahabharatanews

ଦିନ ୨ ଟାରୁ ମାଷ୍ଟରକ୍ୟାଣ୍ଟିନ୍‌ରୁ ବାଣୀବିହାର ରାସ୍ତା ସିଲ୍ 

mahabharatanews