Uncategorized

କାନାଡାରେ ପାକ ସାମାଜିକ କର୍ମୀଙ୍କ ମୃତଦେହ କାନାଡାରୁ ଉଦ୍ଧାର

ନୂଆଦିଲ୍ଲୀ: ପାକିସ୍ତାନରୁ ଖସିଯାଇ କାନାଡାରେ ରହୁଥିବା ବେଲୁଚିସ୍ତାନର ସାମାଜିକର୍ମୀ କରିମା ବାଲୋଚଙ୍କ ମୃତଦେହ ମିଳିଛି । ଟରେଣ୍ଟୋ ହ୍ରଦରେ କରିମାଙ୍କ ମୃତଦେହ ଭାସୁଥିବା ପୁଲିସ ପାଇଛି । ପାକିସ୍ତାନର ମାତ୍ରାଧିକ ନିର୍ଯାତନା ସହି ନ ପାରି ସେ ୨୦୧୬ରେ ପାକିସ୍ତାନରୁ ଖସିଯାଇଥିଲେ କାନାଡା । ସେଠାରେ ସେ ଶରଣାର୍ଥୀଭାବେ ଆଶ୍ରୟ ନେଇଥିଲେ ।
କରିମାଙ୍କ ମୃତଦେହ ଉଦ୍ଧାର ପରେ ତାଙ୍କ ହତ୍ୟା ପଛରେ ପାକିସ୍ତାନର ହାତ ଥିବା କୁହାଯାଉଛି । କାରଣ ପାକ ସେନା ଓ ସରକାରଙ୍କଠାରୁ କରିମାଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହୋଇଥିଲା । ସେ ବେଲୁଚିସ୍ତାନର ଲୋକଙ୍କ ଅଧିକାର ପାଇଁ କାର୍ଯ୍ୟକରି ସରକାର ଓ ସେନାର କୋପଦୃଷ୍ଟିର ଶିକାର ହୋଇଥିଲେ । ତେଣୁ କିଛି ବନ୍ଧୁଙ୍କ ସହଯୋଗରେ ୨୦୧୬ରେ କାନାଡା ଖସିଯାଇଥିଲେ ।

SR

Related posts

ମାର୍ଚ୍ଚରେ ଅଯୋଧ୍ୟା ଯିବେ ଉଦ୍ଧବ

mahabharatanews

ବାଗଦାଦର ଗ୍ରୀନ ଜୋନରେ ରକେଟ ମାଡ

mahabharatanews

ଏଠାରେ ଭଗବାନ ନରସିଂହ ବର୍ଷକୁ ଥରେ ମାତ୍ର ଦର୍ଶନ ଦେଇଥାନ୍ତି

mahabharatanews