Uncategorized

ଅସ୍ତ୍ରବିରତି ଉଲଙ୍ଘନ କଲା ପାକିସ୍ତାନ

( ଜମ୍ମୁ): ପାକିସ୍ତାନ ନିଜର ଅସ୍ତ୍ରବିରତି ଉଲଙ୍ଘନ କାର୍ଯ୍ୟ ଜାରି ରଖିଛି । ଗୁରୁବାର ପାକିସ୍ତାନ ସେନା ପକ୍ଷରୁ ପୁଞ୍ଚ ଜିଲ୍ଲାର ଶାହପୁର ଏବଂ କିରନୀ ସେକ୍ଟରରେ ଗୁଳି ବର୍ଷା ଜାରି ରହିଛି । ପୂର୍ବାହ୍ନ ସାଢେ ୧୧ଟାରେ ପାକିସ୍ତାନ ଫରୱାର୍ଡ ପୋଷ୍ଟଗୁଡିକରୁ ଭାରତୀୟ ପୋଷ୍ଟ ଗୁଡିକୁ ଲକ୍ଷ୍ୟ କରି ମୋର୍ଟାର ମାଡ କରାଯାଇଥିଲା । ଏହାର ଜବାବରେ ଭାରତୀୟ ବାୟୁସେନା ପକ୍ଷରୁ ଗୁଳିମାଡ କରାଯାଇଛି । ସୂଚନାଯୋଗ୍ୟ, ପାକିସ୍ତାନ ବୁଧବାର ଦିନ ବାରାମୁଲା ଓ ପୁଞ୍ଚ ନିକଟବର୍ତ୍ତୀ ସୀମାନ୍ତରେ ଅସ୍ତ୍ରବିରତି ଉଲଙ୍ଘନ କରିଥିଲା । ଏହା ସହ କଟୁଆରେ ମଧ୍ୟ ଗୁଳି ବର୍ଷା କରାଯାଇଥିଲା । ଅସ୍ତ୍ର ବିରତି ଉଲଙ୍ଘନ ସମୟରେ ଭାରତୀୟ ସେନା ସ୍ଥାନୀୟ ଲୋକଙ୍କୁ ସୁରକ୍ଷିତ ଭାବେ ଅନ୍ୟ ସ୍ଥାନକୁ ସ୍ଥାନାନ୍ତର କରିଥିଲା ।

Related posts

 ନେପାଳ ହିନ୍ଦୀ ଭାଷା ଉପରେ ଲଗାଇବାକୁ ଯାଉଛି ପ୍ରତିବନ୍ଧକ

mahabharatanews

ଆଗାମୀ ଦିନରେ ଦେଶରେ କରୋନା ସ୍ଥିତି ଜଟିଳ ହେବ: ବିଶେଷଜ୍ଞ

mahabharatanews

ନାସା ପୂର୍ବରୁ ‘ବିକ୍ରମ’କୁ ଇସ୍ରୋ ଖୋଜି ପାଇଥିଲା: କେ ଶିବନ

mahabharatanews