ମନୋରଞ୍ଜନ

ସରିଲା ନିର୍ବନ୍ଧ

(ଦିଲ୍ଲୀ) : ସରିଲା ଆମ୍ ଆଦ୍‌ମୀ ପାର୍ଟି ନେତା ରାଘବ ଚଢ଼ାଙ୍କ ସହ ଅଭିନେତ୍ରୀ ପରିଣୀତି ଚୋପ୍ରାଙ୍କର  ନିର୍ବନ୍ଧ । ଶନିବାର ନୂଆଦିଲ୍ଲୀରେ ନିର୍ବନ୍ଧ ଅନୁଷ୍ଠିତ ହୋଇଛି  କନ୍ନଟପ୍ଲେସ୍‌ସ୍ଥିତ କପୁରତାଲା ହାଉସରେ ହୋଇଥିବା ନିର୍ବନ୍ଧର ଫଟୋ ଓ ଭିଡ଼ିଓ ସାମାଜିକ ଗଣମାଧ୍ୟମରେ ସେୟାର କରାଯାଇଛି।

ସୂଚନାନୁଯାୟୀ ,ଉତ୍ସବରେ ଉଭୟଙ୍କ ପରିବାର ସଦସ୍ୟ ଓ ବନ୍ଧୁମାନେ ଯୋଗ ଦେଇଥିଲେ। ନିବନ୍ଧ ସ୍ଥଳରେ ପାରମ୍ପରିକ ସାଜସଜ୍ଜା ଦେଖିବାକୁ ମିଳିଥିଲା। ଆପ୍ ସାଂସଦ ରାଘବ ଚଢ଼ାଙ୍କ ଘର ବିଭିନ୍ନ ପ୍ରକାର ଫୁଲରେ ସଜାଯାଇଥିଲା। ତେବେ ନିର୍ବନ୍ଧର ଫଟୋ ଓ ଭିଡ଼ିଓ ଯେପରି ବାହାରକୁ ଲିକ୍ ନ ହୁଏ, ସେଥିପାଇଁ ଅତିଥିମାନଙ୍କୁ ପାଖରେ ଫୋନ ରଖିବାକୁ ଅନୁମତି ମିଳି ନ ଥିଲା। ଅତିଥିମାନଙ୍କ ପାଇଁ ଲାଲ ଗାଲିଚା ବିଛାଯାଇଥିଲା ଏବଂ ଆସନରେ ବସିବା ପୂର୍ବରୁ ସେମାନଙ୍କୁ ନିର୍ଦ୍ଦିଷ୍ଟ ସ୍ଥାନରେ ସେମାନଙ୍କ ଫୋନ ରଖିଦେବାକୁ କୁହାଯାଇଥିଲା।

Related posts

ଫିଲ୍ମ ‘ଆନିମଲ୍’; କଟିବ ଏହି ଦୃଶ୍ୟ

mahabharatanews

ଫିଲ୍ମ ‘ଓଏମଜି-୨’ ରିଲିଜ ଉପରେ ସେନ୍ସର ବୋର୍ଡ ଲଗାଇଲେ ରୋକ୍

mahabharatanews

କ୍ୟାଟ୍ରିନାଙ୍କୁ ଛାଡି ଅନ୍ୟ ଝିଅ ସହ ରୋମାନ୍ସ କରୁଛନ୍ତି ବିକ୍କି କୌଶଲ ! ବୋଲ୍ଡ ଫଟୋ ଭାଇରଲ

mahabharatanews