ବଲାଙ୍ଗୀର: ମାତ୍ର ୩ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ପଡିଛନ୍ତି ପାଟଣାଗଡ ଜେଇ । ପାଟଣାଗଡ ଜେଇ ଲାଞ୍ଚ ନେଉଥିବା ବେଳେ ତାଙ୍କୁ ରେଡ ହ୍ୟାଣ୍ଡେଡ ଧରିଛି ଭିଜିଲାନ୍ସ । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଚୂଡାନ୍ତ ବିଲ ପାଇଁ ସେ ଲାଞ୍ଚ ନେଉଥିଲେ ।
ପ୍ରଧାମନ୍ତ୍ରୀ ଆବାସ ଯୋଜନାରେ ପାଟଣାଗଡ ରାମପୁରର ଟଙ୍କଧର କୁମ୍ଭାର ଘର ପାଇଁ ଚୂଡାନ୍ତ ବିଲ ପାଇଁ ଜେଇ ଦେବୀପ୍ରସାଦ ମିଶ୍ରଙ୍କ ନିକଟକୁ ଯାଇଥିଲେ । କିନ୍ତୁ ଜେଇ ଏଥିନେଇ ଟଙ୍କଧରଙ୍କୁ ୩ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ଏଥିନେଇ ଟଙ୍କଧର ଭିଜିଲାନ୍ସ ନିକଟରେ ପହଞ୍ଚିଥିଲା । ଏହାପରେ ପ୍ରସ୍ତୁତ ହୋଇଥିଲା ଦେବୀ ପ୍ରସାଦଙ୍କୁ ଧରିବାକୁ ବ୍ଲୁ ପ୍ରିଣ୍ଟ । ଆଜି ଟଙ୍କଧର ଯୋଜନା ମୁତାବକ ୩ ହଜାର ଟଙ୍କା ନେଇ ଦେବୀ ପ୍ରସାଦଙ୍କୁ ଦେବା ସମୟରେ ଭିଜିଲାନ୍ସ ତାଙ୍କୁ ଘଟଣାସ୍ଥଳରେ ହିଁ ଜେଇଙ୍କୁ ଗିରଫ କରିବା ସହ ତାଙ୍କ ଘରରେ, କାର୍ଯ୍ୟାଳୟରେ ଚଢାଉକରିଥିବା ଜଣାପଡିଛି ।