ଅପରାଧ

ଭିଜିଲାନ୍ସ ଜାଲରେ ପିଇଓ ପୁରନ୍ଦର ଭୋଇ

ପଦ୍ମପୁର: ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ପିଇଓ ଭିଜିଲାନ୍ସ ଜାଲରେ । ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ରାଜବୋଡା ସମ୍ବର ବ୍ଲକ ଦହିତା ପିଇଓ ପୁରନ୍ଦର ଭୋଇଙ୍କୁ ଧରିଛି ଭିଜିଲାନ୍ସ । ଆଜି ପୁରନ୍ଦରଙ୍କ ଘରେ ଭିଜିଲାନ୍ସ ଚଢଉ ହୋଇଛି। ପଦ୍ମପୁରସ୍ଥିତ ଆଉ ଏକ ଭଡା ଘରେ ମଧ୍ୟ ଭିଜିଲାନ୍ସ ଚଢଉ କରିଛି। ଭିଜିଲାନ୍ସ ନିକଟରେ ପୁରନ୍ଦରଙ୍କ ନାମରେ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ ହୋଇଥିଲା । ଭିଜିଲାନ୍ସ ଚଢଉରେ ସେ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ କରିଥିବାର କାଗଜ ପତ୍ର ଅନ୍ୟାନ୍ୟ ବହୁ କାଗଜପତ୍ର ପାଇଛି । ଭିଜିଲାନ୍ସ ତଦନ୍ତ ଜାରି ରଖିଛି ।

 

Related posts

ତୃତୀୟ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ

mahabharatanews

ଥାନାରେ ପୋଲିସକୁ ପିଟିଲେ ଯୁବକ

mahabharatanews

ଏକତରଫା ପ୍ରେମରୁ ଶିକ୍ଷୟିତ୍ରୀଙ୍କୁ ନିଆଁ ଲଗାଇଲା ଅଭିଯୁକ୍ତ

mahabharatanews