(ନୁଆଦିଲ୍ଲୀ): ପେଟ୍ରୋଲ, ଡିଜେଲ ଦରକୁ ନେଇ ମିଳିପାରେ ସାମାନ୍ୟ ଆଶ୍ୱସ୍ତି । କାରଣ ସରକାର ଏହାକୁ ଜିଏସଟି ପରିସରଭୁକ୍ତ କରିବା ଉପରେ ବିଚାର ଚଳାଇଛନ୍ତି । ଯଦି ଏମିତି ହୁଏ ତେବେ ପେଟ୍ରୋଲ ଓ ଡିଜେଲ ଦର ବହୁତ ସସ୍ତା ହୋଇପାରେ । ତେବେ ସୂଚନା ଅନୁଯାୟୀ ଆଗାମୀ ସେପ୍ଟେମ୍ବର ୧୭ରେ ହେବାକୁ ଥିବା ଜିଏସଟି ପରିଷଦ ବୈଠକରେ ଏହି ପ୍ରସଙ୍ଗ ଆଲୋଚନା ହେବାର ସମ୍ଭାବନା ରହିଛି । ତେବେ ପେଟ୍ରୋଲ ଓ ଡିଜେଲକୁ ଜିଏସଟି ପରିଧିରେ ଆଣିବା ସେତେଟା ସହଜ ନୁହେଁ । ଏନେଇ ତିନି ଚତୁର୍ଥାଂଶ ଲୋକଙ୍କ ମଞ୍ଜୁରୀ ଜରୁରୀ । ଏହା ବ୍ୟତୀତ ଜିଏସଟି ପରିଷଦର ଏହି ୪୫ତମ ବୈଠକରେ କୋଭିଡ-୧୯ ସମ୍ବନ୍ଧିତ ଜରୁରୀ ସାମଗ୍ରୀ ଉପରେ ଟିକସ ମୁକ୍ତକୁ ନେଇ ସମୀକ୍ଷା ହୋଇପାରେ ।
previous post
next post