ଭାରତଵାଣିଜ୍ୟ

ମହଙ୍ଗା ହେଲା ମ୍ୟାଗି, ଚା ଓ କଫି

ନୂଆଦିଲ୍ଲୀ: ଦିନକୁ ଦିନ ଖାଉଟି ସମସ୍ୟା ବଢିବାକୁ ଲାଗିଲାଣି । ସାମଗ୍ରୀର ଦର ଦାମ ବୃଦ୍ଧି ହେତୁ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ସାଧାରଣ ଖାଉଟି । ଏବେ ଚା, କଫି ମ୍ୟାଗି ନୁଡୁଲସ୍ ଏବଂ କ୍ଷୀରର ଦର ବୃଦ୍ଧି ପାଇଛି । ଏଫଏମସିଜି କମ୍ପାନି ନେସଲେ ଓ ହିନ୍ଦୁସ୍ତାନ ୟୁନିଲିଭର ସେମାନଙ୍କର କିଛି ସାମଗ୍ରୀର ଦାମ ବଢ଼ାଇଛନ୍ତି । ଏନେଇ ନେଷ୍ଟ୍ଲେ ଇଣ୍ଡିଆ ଓ ହଲ୍ ସେମାନଙ୍କର ଏହି ସବୁ ସାମଗ୍ରୀ ଉପରେ ଦର ବୃଦ୍ଧି କରିଛନ୍ତି ବୋଲି ଗଣମାଧ୍ୟମ ରିପୋର୍ଟରୁ ଜାଣିବାକୁ ମିଳିଛି। କମ୍ପାନି ପକ୍ଷରୁ କୁହାଯାଇଛି, ଦିନକୁ ଦିନ ମୁଦ୍ରାସ୍ଫୀତିର ଚାପ ବଢ଼ୁଥିବାରୁ ମୂଲ୍ୟ ବୃଦ୍ଧି କରାଯାଇଛି ।

ମ୍ୟାଗି ନୁଡୁଲ୍ସ ଦର ୯ରୁ ୧୬ ପ୍ରତିଶତ ବୃଦ୍ଧି ପାଇ ୧୨ ଟଙ୍କାର ପ୍ୟାକେଟର ଦର ୧୪ ଟଙ୍କା ହୋଇଛି। ୫୫୦ ଗ୍ରାମର ମ୍ୟାଗି ପ୍ୟାକେଟ୍ ଏବେ ୧୦୫ ଟଙ୍କାରେ ପହଞ୍ଚିଛି, ଯାହାର ଦର ପୂର୍ବରୁ ୯୬ ଟଙ୍କା ଥିଲା। ସେହିପରି ନେସଲେର ୧ ଲିଟର କ୍ଷୀରର ଦାମ ପ୍ରାୟ ୪ ପ୍ରତିଶତ ବୃଦ୍ଧି ପାଇଛି । ପୂର୍ବରୁ ୧ ଲିଟରକୁ ୭୫ ଟଙ୍କା ଥିବା ବେଳେ ଏବେ ତାହା ୭୮ ଟଙ୍କା ହୋଇଛି। ସେହିପରି ୫୦ ଗ୍ରାମର ଦର ପୂର୍ବରୁ ୧୪୫ ଟଙ୍କା ଥିିବା ବେଳେ ଏବେ ୧୫୦ ଟଙ୍କା ହୋଇଛି।

ସେପରି କଫି ବ୍ରାଣ୍ଡ ବ୍ରୁର ଦର ମଧ୍ୟ ବୃଦ୍ଧି ପାଇଛି ।ବ୍ରୁ କଫି ଉପରେ ୩ରୁ ୭ ପ୍ରତିଶତ ଅଧିକ ଦର ଦେବାକୁ ପଡ଼ିବ। ବ୍ରୁ ଗୋଲ୍ଡ କଫି ଉପରେ ୩ରୁ ୪ ପ୍ରତିଶତ ଅଧିକ ଦର ବୃଦ୍ଧି ହୋଇଥିବା ବେଳେ ବ୍ରୁ ଇନ୍ଷ୍ଟାଣ୍ଟ୍ କଫି ଉପରେ ୬.୬ ପ୍ରତିଶତ ଦର ବୃଦ୍ଧି ହୋଇଛି। ତାଜମହଲ ଚା ଉପରେ ୫.୮ ପ୍ରତିଶତ ଦର ବୃଦ୍ଧି ପାଇଛି । ଗୋଟିଏ ପଟେ ଖାଇବା ତେଲ ଠାରୁ ଆରମ୍ଭ କରି ଅନ୍ୟ ଖାଉଟି ସାମଗ୍ରୀ ମହଙ୍ଗା ହେଉଥିବା ବେଳେ ଏପରି ମୂଲ୍ୟବୃଦ୍ଧି ଗ୍ରାହକଙ୍କ ଉପରେ ବୋଝ ଉପରେ ନଳିତାବିଡ଼ା ସଦୃଶ ହୋଇଛି ।

Related posts

ଆମେରିକାର ନାଗରିକତା ହାସଲ କରିବାରେ ଭାରତ ଦ୍ୱିତୀୟ

mahabharatanews

ଭିଡିଓରେ ହାଜର ହେଲେ ଅରବିନ୍ଦ କେଜ୍ରିୱାଲ  

mahabharatanews

ଆଜି ବସିବ ସର୍ବଦଳୀୟ ବୈଠକ

mahabharatanews