ଓଡିଶା

ଉଦ୍ଘାଟନ ପୂର୍ବରୁ ଭାଙ୍ଗି ଦେଲେ ଫଳକ

(ମହାଭାରତ, ଧାମନଗର): ଭଦ୍ରକ ଧାମନଗର ଠାରେ ଏକ ଅଭାବନୀୟ ଘଟଣା ଘଟିଛି । ଶୁକ୍ରବାର ଧାମନଗର ବ୍ଲକ ଆଦର୍ଶ ବିଦ୍ୟାଳୟର ଉଦ୍ଘାଟନୀ କାର୍ଯ୍ୟକ୍ରମ ଥିବା ବେଳେ ପୂର୍ବଦିନ ରାତିରେ କେହି ଦୁର୍ବୃତ୍ତ ଏହାର ଫଳକ ଭାଙ୍ଗି ଦେଇଥିବା ଜଣାପଡିଛି । ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ ଏହି ବିଦ୍ୟାଳୟର ଉଦଘାଟନ କରିବା ପାଇଁ ସ୍ଥିର ହୋଇଥିଲା । ଏଥିପାଇଁ ଉଦ୍ଘାଟନୀ ଫଳକ ମଧ୍ୟ ଲାଗି ସାରିଥିଲା । କିନ୍ତୁ କେଉଁ ବ୍ୟକ୍ତି ଭାଙ୍ଗିଛି ସେ ନେଇ କୌଣସି ସୂଚନା ମିଳିପାରି ନାହିଁ । ଏନେଇ ପୋଲିସରେ କୌଣସି ଅଭିଯୋଗ ହୋଇ ନଥିବା ବେଳେ ଏପରି ଘଟଣାକୁ ଅଞ୍ଚଳବାସୀ ଦୃଢ ଭାବେ ନିନ୍ଦା କରିଛନ୍ତି । ତେବେ ଉଦ୍ଘାଟନୀ ଫଳକ ଭଙ୍ଗାଯିବା ପରେ ବିଦ୍ୟାଳୟର ଉଦ୍ଘାଟନ ହେବ କି ନାହିଁ ସେନେଇ ନିର୍ଦ୍ଦିଷ୍ଟ ଭାବେ କିଛି ଜଣାପଡିନାହିଁ ।

Related posts

୩ଦଫା ଦାବିରେ ରାଜପଥ ଅବରୋଧ

mahabharatanews

ଆଇ.ଆଇ.ଜି ସ୍ପୋର୍ଟସ୍ ଏକାଡେମୀ ପକ୍ଷରୁ ; ଓଡ଼ିଶାରେ ଖେଳାଯିବ କଷ୍ଟୋମାଇଜ୍ କଲର ବଲ ଟେନିସ ଟୁର୍ଣ୍ଣାମେଣ୍ଟ

mahabharatanews

ଆସନ୍ତା ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା 

mahabharatanews