Uncategorized

ବିଶାଖାପାଟଣା ଫାର୍ମା କମ୍ପାନୀରେ ଅଗ୍ନିକାଣ୍ଡ, ଜଣେ ମୃତ ୪ ଆହତ

(ବିଶାଖାପାଟଣା): ରବିବାର ରାତିରେ ବିଶାଖାପାଟନମର ପାର୍ବଡା ସ୍ଥିତ ଫାର୍ମା ସିଟିରେ ଏକ ଔଷଧ କମ୍ପାନୀରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି, ଯାହା ଫଳରେ ସହରବାସୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି। ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଆହତ ଓ ଅନ୍ୟ ବହୁ ଗୁରୁତର ହୋଇଥିବା ସୂଚନା ମିଳିଛି । ପାର୍ବଡା ଅଞ୍ଚଳର ଜବାହରଲାଲ ନେହେରୁ ଫାର୍ମା ସିଟିରେ ଥିବା ରାଙ୍କି ସିଇଟିପି ସଲଭେଣ୍ଟସ୍ ପ୍ଲାଣ୍ଟର ଏକ ୟୁନିଟରେ ଏହି ଅଗ୍ନିକାଣ୍ଡ ଘଟିଛି।
ସ୍ଥାନୀୟ ଲୋକଙ୍କ କହିବାନୁସାରେ, ଅଗ୍ନିକାଣ୍ଡ ଯୋଗୁଁ ପ୍ରାୟ ୧୭ଟି ବିସ୍ଫୋରଣ ଶୁଣିବାକୁ ମିଳିଥିଲା। ଏହି ଅଗ୍ନିକାଣ୍ଡ ଏତେ ଭୟଙ୍କର ଥିଲା ଯେ, ଯାହାକୁ ଏକ କିଲୋମିଟରରୁ ଅଧିକ ଦୂରରୁ ଦେଖିହେଉଥିଲା। ଫାର୍ମା ସିଟିରେ ଥିବା ରାସାୟନିକ ଉତ୍ପାଦନକାରୀ ବିଶାଖା ସଲଭେଣ୍ଟସ୍ ଲିମିଟେଡରେ ଏହି ବିସ୍ଫୋରଣ ଘଟିଥିବା ଜଣାପଡିଛି।
ନିଆଁକୁ ଆୟତ୍ତ କରିବା ପାଇଁ ୧୨ଟି ଅଗ୍ନିଶମ ଦଳ ନିୟୋଜିତ କରାଯାଇଥିଲା। ବର୍ତ୍ତମାନ ନିଆଁକୁ ଆୟତ୍ତ କରାଯାଇଛି। ଖବର ଅନୁଯାୟୀ ନିଆଁ ରିଆକ୍ଟରରୁ ଆରମ୍ଭ ହୋଇ ପ୍ଲାଣ୍ଟର ଅନ୍ୟ ଅଂଶକୁ ବ୍ୟାପି ଯାଇଥିଲା।
ଆନ୍ଧ୍ର ପ୍ରଦେଶର ପୂର୍ବତନ ମୁଖ୍ରମନ୍ତ୍ରୀ ଏନ. ଚନ୍ଦ୍ରବାବୁ ନାଇଡୁ ଏହି ଘଟଣା ନେଇ ଦୁଃଖ ପ୍ରକାଶ କରିବା ସହ ରାତି ଡ୍ୟୁଟିରେ ଥିବା ଶ୍ରମିକ ଓ କର୍ମଚାରୀମାନେ ନିରାପଦରେ ଫେରିଆସିବା ନେଇ କାମନା କରିଛନ୍ତି। ଅଗ୍ନିକାଣ୍ଡର ଦୃଶ୍ୟକୁ ସେ ଅତି ଭୟଙ୍କର ବୋଲି ବର୍ଣ୍ଣନା କରିଛନ୍ତି।

Related posts

୬୦ ଆନ୍ଦୋଳନକାରୀ ଶିକ୍ଷାର୍ଥୀ ଅଟକ

mahabharatanews

ଉତ୍ତେଜକ ଭାଷଣ: ପୂର୍ବତନ ଉତ୍ତରପ୍ରଦେଶ ରାଜ୍ୟପାଳଙ୍କ ନାମରେ ମାମଲ।

mahabharatanews

କୋରୋନା ପାଇଁ ପ୍ରଭାବିତ ହେଉଛି ଶେୟାର ବଜାର

mahabharatanews