Uncategorized

ଜାମ୍ମୁ ଇଣ୍ଟରନେଟ ସେବା ସକ୍ରିୟ,ଭାଇରାଲ ହେବାରେ ଲାଗିଛି ଏହି ଫଟୋ

(ମହାଭାରତ): ଗତ ବର୍ଷ ଅଗଷ୍ଟ ୫ରେ ଜାମ୍ମୁ-କାଶ୍ମୀରରୁ ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରଠୁ ଏହି କେନ୍ଦ୍ର ଶାସିତ ଅଞ୍ଚଳରେ ଇଣ୍ଟରନେଟ୍ ସେବା ବନ୍ଦ ରହିଥିଲା। ସଂପ୍ରତି ସ୍ଥିତି ସ୍ଵାଭାବିକ ହେବା ପରେ ଦୀର୍ଘ ପାଞ୍ଚ ମାସ ପରେ ଏହି ଉପତ୍ୟକାରେ ମୋବାଇଲ ସେବା ସହ ଇଣ୍ଟରନେଟ୍ ସେବା ମଧ୍ୟ ଆରମ୍ଭ ହୋଇ ଯାଇଛି। ଏହା ପରେ ଏମିତି ଜଣେ ବ୍ୟକ୍ତିଙ୍କ ଫଟୋ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି ଯାହାକୁ ଦେଖିଲେ ଆପଣ ଚିହ୍ନିଟା କଷ୍ଟକର ହେବ। ଏବେ ଏହି ଫଟୋକୁ ନିଜର ଟ୍ଵିଟର ହ୍ୟାଣ୍ଡେଲରେ ପୋଷ୍ଟ କରିଛନ୍ତି ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଫଟୋରେ ଥିବା ବ୍ୟକ୍ତି ହେଉଛନ୍ତି ଜାମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉମର ଅବଦୁଲ୍ଲା। ଧାରା ୩୭୦ ଉଚ୍ଛେଦ ପରଠୁ ସେ ନଜରବନ୍ଦୀ ଥିଲେ।
ମମତା ବାନାର୍ଜୀଙ୍କ ସରକାରୀ ଟ୍ଵିଟର ହ୍ୟାଣ୍ଡେଲରେ ପୋଷ୍ଟ କରାଯାଇଥିବା ଫଟୋରେ ଉମର ଅବଦୁଲାଙ୍କୁ ଚିହ୍ନିଟା କଷ୍ଟକର ଲାଗୁଛି। ଏହି ଫଟୋରେ ଉମରଙ୍କ ମୁହଁରେ ଲମ୍ବା ପାଚିଲା ଧାଡ଼ି, ମୁଣ୍ଡରେ ଟୋପି ଏବଂ ସ୍ମିତ ହାସ୍ୟ ଦେଉଥିବା ଦେଖିବାକୁ ମିଳୁଛି। ମାତ୍ର ଏହା ସ୍ପଷ୍ଟ ହୋଇ ନାହିଁ ଯେ, ଏହି ଫଟୋ କେବେ ଉଠାଯାଇଛି।
ମମତା ନିଜର ଟ୍ଵିଟରରେ ଲେଖିଛନ୍ତି ଯେ, ଏହି ଫଟୋରେ ସେ ଉମରଙ୍କୁ ଚିହ୍ନି ପାରିନଥିଲେ। ଏହା ମୋତେ ବହୁତ ଖରାପ ଲାଗୁଛି। ଆମର ଗଣତନ୍ତ୍ର ଦେଶରେ ଏମିତି ଘଟୁଛି। ଉଲ୍ଲେଖଯୋଗ୍ୟ, ଉମରଙ୍କ ସହିତ ତାଙ୍କ ପିତା ଫାରୁକ ଅବଦୁଲ୍ଲା, ଅନ୍ୟ ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି ସମେତ ଶତାଧିକ ରାଜନୈତିକ ନେତା, ସାମାଜିକ କର୍ମୀ, ଓକିଲ ଓ ବ୍ୟବସାୟୀଙ୍କୁ ଅଗଷ୍ଟ ୫ରେ ଜାମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରଠୁ ଆଇନ ଶୃଙ୍ଖଳା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ନଜରବନ୍ଦ କରାଯାଇଥିଲା।

Related posts

ଦେଶରେ ଦିନକରେ ୮୯ ହଜାର ୭୦୬ କରୋନା ଆକ୍ରାନ୍ତ ଚିହ୍ନଟ

mahabharatanews

ଦୁବାଇ ବିମାନବନ୍ଦରକୁ ୧୫ ଦିନ ପାଇଁ ଏୟାର ଇଣ୍ଡିଆ ବିମାନ ନିଲମ୍ବିତ

mahabharatanews

ଜଗନ ସରକାର ନାମରେ ଅଭିଯୋଗ ଆଣିଲା ଟିଡିପି

mahabharatanews