Accidentବିଶ୍ୱ

ବ୍ରାଜିଲ୍‌ରେ ବଡ଼ଧରଣର ବିମାନ ଦୁର୍ଘଟଣା; ୬୨ ମୃତ

ପୁଣି ଏକ ଭୟଙ୍କର ବିମାନ ଦୁର୍ଘଟଣା । ବ୍ରାଜିଲ୍‌ରେ ବଡ଼ଧରଣର ବିମାନ ଦୁର୍ଘଟଣାରେ ୬୨ ଜଣ ପ୍ରାଣ ହରାଇଛନ୍ତି । ଆକାଶ ମାର୍ଗରେ ନିୟନ୍ତ୍ରଣ ହରାଇ ବିମାନରେ ଲାଗିଲା ନିଆଁ ଲାଗିଯିବା ପରେ ଏହି ଅଘଟଣ ଘଟିଛି । ବିମାନରେ ମୋଟ୍‌ ୫୮ ଜଣ ଯାତ୍ରୀ ଏବଂ ୪ ଜଣ ବିମାନ କର୍ମଚାରୀ ଥିଲେ।  ଫଳରେ ବିମାନରେ ଥିବା ପାଇଲଟଙ୍କ ସମେତ ୬୨ ଜଣଙ୍କର ମୃତ୍ୟୁ ହୋଇଛି ।

ବୋଏପାସ୍ ATR-72 ବିମାନଟି ଗତକାଲି ପୂର୍ବାହ୍ନ ୧୧ଟା ୩୦ରେ  କାସ୍କାବେଲରୁ ସାଓ ପାଓଲୋର ଅନ୍ତରାଷ୍ଟ୍ରୀୟ ବିମାନବନ୍ଦର ଅଭିମୁଖେ ଉଡ଼ାଣ ଆରମ୍ଭ କରିଥିଲା । ମାତ୍ର ସାଓ ପାଓଲୋଠୁ ପ୍ରାୟ ୮୦ କିମି ପୂର୍ବରୁ ବିମାନଟି ବିନହେଡୋ ସହରରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା  । ଏହାର ପ୍ରାୟ ଦେଢ ଘଣ୍ଟା ପୂର୍ବରୁ ବିମାନଟି କଣ୍ଟ୍ରୋଲ ରୁମ୍‌ ସହ ଶେଷ ଥର ପାଇଁ ଯୋଗାଯୋଗ କରିଥିଲା।

ବିନହେଡୋ ସହରରେ ବିମାନଟି ଉଡ଼ୁଥିବା ବେଳେ ଜନବସତି ଅଞ୍ଚଳ ଉପରେ ଅନିୟନ୍ତ୍ରିତ ହୋଇ ଚକ୍କର କାଟିବାକୁ ଲାଗିଲା । ଏହାପରେ ବିମାନଟି ତଳେ ଖସି ପଡ଼ିଥିଲା ।

ଦୁର୍ଘଟଣାରେ ସମସ୍ତ ୬୨ ଜଣଙ୍କର ମୃତ୍ୟୁ ହୋଇଥିବା ପ୍ରାଥମିକ ରିପୋର୍ଟରୁ ଜଣାପଡ଼ିଛି। ତେବେ ମୃତାହତଙ୍କ ସଂପର୍କରେ ସରକାରୀ ଭାବେ କୌଣସି ତଥ୍ୟ ଜାରି ହୋଇନାହିଁ।ବ୍ରାଜିଲ ରାଷ୍ଟ୍ରପତି ଲୁଲା ଡି ସିଲ୍‌ଭା ଏହି ଦୁର୍ଘଟଣା ନେଇ ଗଭୀର ଶୋକ ପ୍ରକାଶ କରିଛନ୍ତି । ଦୁର୍ଘଟଣାଗ୍ରସ୍ତ ବିମାନର କୌଣସି ଯାତ୍ରୀ ଜୀବିତ ଥିବା ସମ୍ଭାବନା ନାହିଁ ବୋଲି ସେ କହିଛନ୍ତି।

Related posts

ସିଗାରେଟ୍ ନିଷେଧ ପାଇଁ ଏପରି ନିୟମ ଆଣିବେ ବ୍ରିଟିସ୍‌ ପ୍ରଧାନମନ୍ତ୍ରୀ

mahabharatanews

ବସ ଧକ୍କାରେ ଦୁଇ ସ୍କୁଟି ଚାଳକ ମୃତ

mahabharatanews

ଥମୁନି ଯୁଦ୍ଧ : ବଡ ହସ୍ପିଟାଲ ବନ୍ଦ 

mahabharatanews