ଭୁବନେଶ୍ୱର: ପବିତ୍ର ଜନ୍ମାଷ୍ଟମୀ ଅବସରରେ ନୟାପଲ୍ଲୀ ୱାର୍ଡ ନଂ ୩୯ ଅଧୀନରେ ଥିବା ଶାସ୍ତ୍ରୀ ନଗର ଓ ନୂଆସାହିରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ସମାଜ ସେବୀ ତଥା ବିଜୁ ଜନତା ଦଳର ଭୁବନେଶ୍ୱର ସାଂଗଠନିକ ଜିଲ୍ଲା ସଂପାଦକ ମିଲନ କୁମାର ପାଇକରାୟଙ୍କ ନେତୃତ୍ୱ ଓ ଗ୍ରିନ୍ ୱାଲ୍ଡ ସହଯୋଗରେ ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜନ ହୋଇଛି । ଏହି କାର୍ଯ୍ୟ କ୍ରମରେ ମୁଖ୍ୟ ଅତିଥି ଭାବେ ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ଉପସ୍ଥିତ ରହି ବୃକ୍ଷରୋପଣ କରିବା ସହା ବୃକ୍ଷ ପ୍ରେମୀମାନଙ୍କୁ ଉତ୍ସାହିତ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସମାଜ ସେବୀ ଅନୁଜ ଚନ୍ଦନ ନାୟକ, ବିଜୁ ଛାତ୍ରଜନତା ଦଳର ଭୁବନେଶ୍ୱର ସାଂଗଠନିକ ଜିଲ୍ଲ ସଂପାଦକ ଶାସ୍ୱତ ଲେଙ୍କା, ରାକେଶ କୁମାର ଜାଲି, ବିଜୟ କୁମାର ଖୁଣ୍ଟିଆ, ସୋମ୍ୟ ରଞ୍ଜନ ସ୍ୱାଇଁ, ସେଖ୍ ରୋସନ ଓ ଅଞ୍ଚଳର ଅନେକ ସ୍ୱୟଂ ସହାୟକ ଗୋଷ୍ଠିର ସଦସ୍ୟା, ଯୁବକ, ଛାତ୍ର ଓ ଅନେକ ଲୋକ ଉପସ୍ଥିତ ଥିଲେ । ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମକୁ ଗ୍ରିନିୱାଲ୍ଡ ସମ୍ପୂର୍ଣ୍ଣ ରୂପେ ସହଯୋଗ କରିଥିବାରୁ ସଂସ୍ଥାର ମୁଖ୍ୟ ନୁପେଶ ନାୟକଙ୍କୁ ସମାଜ ସେବୀ ତଥା ବିଜୁ ଜନତା ଦଳର ଭୁବନେଶ୍ୱର ସାଂଗଠନିକ ଜିଲ୍ଲା ସଂପାଦକ ମିଲନ କୁମାର ପାଇକରାୟ ଆନ୍ତରିକ ଧନ୍ୟବାଦ ଜଣାଇଛନ୍ତି ।
previous post
next post