(ଭୁବନେଶ୍ୱର) : ଚାଲିଛି ଯୁକ୍ତ ୨ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ପ୍ରକ୍ରିୟା । ମୋଟ ୭୦ ହଜାର ୧୦୫ ଛାତ୍ରଛାତ୍ରୀ ମନୋନୀତ ହୋଇଛନ୍ତି । ଦୁଇଦିନ ତଳେ ଯୁକ୍ତଦୁଇ ଦ୍ୱିତୀୟ ପର୍ଯ୍ୟାୟ ମେରିଟ୍ ଲିଷ୍ଟ୍ ପ୍ରକାଶ ପାଇଥିଲା । ଏହା ଆସନ୍ତାକାଲି ଅର୍ଥାତ ୨୨ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ସୂଚନା ମିଳିଛି ।
ସୂଚନାନୁଯାୟୀ , ଏଥି ମଧ୍ୟରୁ କଳାରେ ୪୯ ହଜାର ୭୦ ଛାତ୍ରଛାତ୍ରୀଙ୍କୁ ମନୋନୀତ କରାଯାଇଛି । ସେହିପରି ବାଣିଜ୍ୟରେ ୩ ହଜାର ୧୮୨ ଛାତ୍ରଛାତ୍ରୀ ମନୋନୀତ ହୋଇଛନ୍ତି । ୨୨ ତାରିଖ ପର୍ଯ୍ୟନ୍ତ ଚାଲିବ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା । ବଳକା ସିଟ୍ ପାଇଁ ହେବ ସ୍ପଟ୍ ସିଲେକସନ । ଏ ନେଇ ୨୭ ତାରିଖରେ ପ୍ରକାଶ ପାଇବ ତାଲିକା । ୨୯ ରୁ ୩୧ ପର୍ଯ୍ୟନ୍ତ ହେବ ସ୍ପଟ୍ ନାମଲେଖା । ପ୍ରଥମ ପର୍ଯ୍ୟାୟରେ ୩ ଲକ୍ଷ ୪୩ ହଜାର ୭୬୯ ଛାତ୍ରଛାତ୍ରୀ ନାମ ଲେଖାଇଛନ୍ତି ।
