ଭାରତ

ଉତ୍ତାପ ପାଇଁ ମୋଦୀଙ୍କ ଅଧ୍ୟକ୍ଷତାରେ ବୈଠକ  

(ଦିଲ୍ଲୀ) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ବୈଠକରେ ଅଧ୍ୟକ୍ଷତା କରି ଉତ୍ତାପ ପାଇଁ ସମୀକ୍ଷା କରିଛନ୍ତି। ଦେଶର ଅଧିକାଂଶ ଭାଗରେ ବିଶେଷ ଭାବରେ ଅଧିକ ତାପମାତ୍ରା ହେବାର ସମ୍ଭାବନା ରହିଛି। ଏହାର  ପ୍ରତିକାର ପାଇଁ ମୋଦୀ ସମୀକ୍ଷା କରିଛନ୍ତି।

ସୂଚନାନୁଯାୟୀ ,  ଏପ୍ରିଲରୁ ଜୁନ୍ ମାସ ପର୍ଯ୍ୟନ୍ତ ଦେଶରେ କ’ଣ ରହିବ ଗ୍ରୀଷ୍ମ ପ୍ରବାହର ସ୍ଥିତି ସେ ସମ୍ପର୍କରେ ପ୍ରଧାନମନ୍ତ୍ରୀ ଆଲୋଚନା କରିଛନ୍ତି । ଗ୍ରୀଷ୍ମ ପ୍ରବାହ ସହ ଅଂଶୁଘାତର ମୁକାବିଲା ନେଇ ଏହି ବୈଠକରେ ଆଲୋଚନା ହୋଇଛି । ରାଜ୍ୟରୁ ଆରମ୍ଭ କରି ଜିଲ୍ଲା ସ୍ତରରେ ସମନ୍ୱୟ ରକ୍ଷା କରି ଖରାତାତିରୁ ମୁକାବିଲା ପାଇଁ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ । ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ, ଗୃହ ସଚିବ, ଆଇଏମଡି ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅଧିକାରୀ ଏହିି ସମୀକ୍ଷା ବୈଠକରେ ସାମିଲ ହୋଇଛନ୍ତି ।

Related posts

ବାଲୁକା କଳାରେ ଭାରତ ବିକାଶର ଚିତ୍ର

mahabharatanews

ବିହାରକୁ ମିଳିବନି ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା : ସଂସଦରେ କେନ୍ଦ୍ର ସରକାରଙ୍କ ଜବାବ

mahabharatanews

ପଞ୍ଜାବର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସୁଖବୀର ସିଂ ବାଦଲଙ୍କୁ ଗୁଳିମାଡ, ଦୁର୍ବୃତ୍ତ ଗିରଫ

mahabharatanews