ଓଡିଶାଭାରତ

ବାଲୁକା କଳାରେ ଭାରତ ବିକାଶର ଚିତ୍ର

ସ୍ୱାଧୀନତା ଦିବସର ଶୁଭେଚ୍ଛା ଜଣାଇଲେ ବାଲୁକା ଶିଳ୍ପୀ

ପୁରୀ: ସଂପ୍ରତି ୭୬ ତମ ସ୍ୱାଧୀନତା ଦିବସକୁ ନେଇ ଦେଶରେ ଉତ୍ସବମୁଖର ମାହୋଲ ସୃଷ୍ଟି ହୋଇଛି। ଲାଲକିଲ୍ଲାରୁ ଆରମ୍ଭ କରି ଦେଶର କୋଣ ଅନୁକୋଣରେ ସ୍ୱାଧୀନତା ଦିବସ ପାଳନ ହେଉଛି। ଏହି ଅବସରରେ ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ ସାହୁ ୭୬ ତମ ସ୍ୱାଧୀନତା ଦିବସ ଅବସରରେ ଏକ ବାଲୁକା କଳା ନିର୍ମାଣ କରିଛନ୍ତି। ଆଜାଦୀ କା ଅମୃତ ମହୋତ୍ସବର ଥିମକୁ ନେଇ ଏକ ବାଲୁକା କଳା ନିର୍ମାଣ କରିଥିଲେ। ମାନସ ନିଜର ବାଲୁକା କଳା ମାଧ୍ୟମରେ ସାରା ଭାରତବାସୀଙ୍କୁ ୭୬ତମ ସ୍ୱାଧୀନତା ଦିବସର ଶୁଭେଚ୍ଛା ଜଣାଇଥିଲେ। ଦେଶ କିଭଳି ଉନ୍ନତି ପଥରେ ଅଗ୍ରସର ହେଉଛି ତାହା ବାଲୁକା କଳାରେ ଦର୍ଶାଇଛନ୍ତି। ତେବେ ବାଲୁକା କଳାଟି ଦିଲ୍ଲୀର ଯମୁନା ନଦୀ କୂଳରେ ନିର୍ମାଣ କରାଯାଇଥିଲା। ବାଲୁକା କଳାଟିର ଓସାର ୨୦ ଫୁଟ ରହିଥିବାବେଳେ ଲମ୍ବ୬ ଫୁଟ ଲମ୍ବ ରହିଛି। ଏଥିରେ ୪୦ ଟନ ବାଲି ଉପଯୋଗ କରାଯାଇଛି।

Related posts

ବଜ୍ରପାତରେ ଜୀଅନ୍ତା ଜଳିଗଲେ ଯୁବକ  

mahabharatanews

ରାସ୍ତାକଡରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

mahabharatanews

କୋରୋନାର ମୁକାବିଲା ପାଇଁ ପାରାଦ୍ୱୀପ ବନ୍ଦରରେ ହାଇଆଲର୍ଟ

mahabharatanews