ଭାରତ

ଆସାମରେ ଶୁଭାରମ୍ଭ ହେଲା ‘ବନ୍ଦେ ଭାରତ ଏକ୍ସପ୍ରେସ୍‌ ଟ୍ରେନ୍‌’ 

(ଦିଲ୍ଲୀ) :  ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନ୍‌ଫରେନ୍‌ସିଙ୍ଗ୍‌ ମାଧ୍ୟମରେ ଆସାମର ପ୍ରଥମ ‘ବନ୍ଦେ ଭାରତ ଏକ୍ସପ୍ରେସ୍‌ ଟ୍ରେନ୍‌’ ଚଳାଚଳ ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି, ପ୍ରଥମ ‘ଉତ୍ତରପୂର୍ବ ବନ୍ଦେ ଭାରତ ଏକ୍ସପ୍ରେସ୍‌ ଟ୍ରେନ୍‌’ ଚଳାଚଳ ପର୍ଯ୍ୟଟନକୁ ପ୍ରୋତ୍ସାହନ ଦେବା ସହିତ ଉତ୍ତରପୂର୍ବରେ ଯୋଗାଯୋଗ ସମୃଦ୍ଧ କରିବ।

 

ସୂଚନାନୁଯାୟୀ, ଆସାମର ଗୌହାଟି ଓ ପଶ୍ଚିମବଙ୍ଗର ନୂଆ ଜଲ୍‌ପାଇଗୁଡ଼ିକୁ ସଂଯୋଗ କରୁଥିବା ଏହି ଟ୍ରେନ୍‌ ସମ୍ପ୍ରତି ଦୁଇ ସ୍ଥାନ ମଧ୍ୟରେ ଚଳାଚଳ କରୁଥିବା ସବୁଠୁ ଦ୍ରୁତଗାମୀ ଟେନ୍‌ ଅପେକ୍ଷା ୧ଘଣ୍ଟା ଯାତ୍ରା ସମୟ କମାଇବ ବୋଲି ଆଶା କରାଯାଉଛି। ୫ ଘଣ୍ଟା ୩୦ ମିନିଟ୍‌ ଭିତରେ ଏହା ୪୧୦ କିଲୋମିଟର୍‌ ଦୂରତ୍ବ ଅତିକ୍ରମ କରିବ।

Related posts

ବିଷାକ୍ତ ମଦ ପିଇ ୧୦ ମୃତ

mahabharatanews

କମିଲା ଔଷଧ ଦାମ୍ , ମୂଳ ମୂଲ୍ୟ ଉପରେ ୭ ପ୍ରତିଶତ ଛାଡ କରିଲେ ଭାରତ ସରକାର

mahabharatanews

ଉତ୍ତରପ୍ରଦେଶ ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦି

mahabharatanews