Uncategorized

ସ୍ୱାଧୀନତା ଦିବସରେ ଆତ୍ମନିର୍ଭର ଭାରତ ନିର୍ମାଣ ପାଇଁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ

(ନୂଆଦିଲ୍ଲୀ): ୭୪ ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପତାକା ଉତ୍ତୋଳନ କରିଛନ୍ତି । କରୋନା କଟକଣା ଭିତରେ ସାରା ଦେଶରେ ପାଳିତ ହେଉଛି ସ୍ୱାଧୀନତା ଦିବସ । ପତାକା ଉତ୍ତୋଳନ କରିବା ପରେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ସମ୍ବୋଧିତ କରି ପ୍ରଥମେ ବୀର ସହିଦଙ୍କୁ ସମ୍ନାନ ଜଣାଇଛନ୍ତି । ଏଥିସହିତ କରୋନା ମୁକାବିଲା ପାଇଁ ଲଢେଇ କରୁଥିବା କରୋନା ଯୋଦ୍ଧାଙ୍କୁ ସେ ପ୍ରଶଂସା କରିଛନ୍ତି ।
ଭାରତବାସୀ ସ୍ୱାଧୀନତାର ୭୫ ବର୍ଷରେ ପଦାର୍ପଣ କରିଛନ୍ତି । ଆମକୁ ଆଗକୁ ବଢିବା ତଥା ଆତ୍ମନିର୍ଭରଶୀଳ ହେବା ପାଇଁ ଆଜି ଦିନରେ ସଂକଳ୍ପ ନେବାକୁ ପଡିବ । ଆତ୍ମନିର୍ଭରଶୀଳ ଭାରତ ଆଜି ପ୍ରତ୍ୟେକ ଭାରତୀୟଙ୍କ ମନରେ ନୂଆ ଆଶା ସଂଚାର କରିଛି ।ପରିବାର ଆଶା କରେ ଯେ ସେମାନଙ୍କ ପିଲା ଯେପରି ଆତ୍ମନିର୍ଭର ହେଉ । ସ୍ୱାଧୀନତାର ଏତେ ବର୍ଷ ପରେ ଆଜି ଭାରତ ଆତ୍ମନିର୍ଭରଶୀଳ ହେବା ଆବଶ୍ୟକ । ଉଦ୍ୟୋଗ ଜଗତ ଆତ୍ମନିର୍ଭର ଭାରତ ନିର୍ମାଣ ପାଇଁ କାର୍ଯ୍ୟ କରୁଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ସ୍ୱାଧୀନତା ଦିବସ ଅବସରରେ ସେ କୃଷକଙ୍କୁ ମଧ୍ୟ ପ୍ରଶଂସା କରିଛନ୍ତି । ଦେଶବାସୀଙ୍କୁ ଖାଦ୍ୟ ଯୋଗାଉଥିବାରୁ କୃଷକଙ୍କ ଭୂମିକା ଅତୁଳନୀୟ ବøାଲି ସେ କହିଛନ୍ତି । ଏହାସହ ଦେଶର ପ୍ରତିଭା ଉପରେ ତାଙ୍କର ଗଭୀର ବିଶ୍ୱାସ ରହିଛି । କରୋନା ସଙ୍କଟ ବେଳେ ସେବା ହେଉଛି ପରମ ଧର୍ମ । ରାଜ୍ୟ ସରକାରଙ୍କ ସହ ମିଳିତ ଭାବେ କରୋନା ଲଢେଇରେ ଆମେ ସଫଳ ହେବା । ଡାକ୍ତର, ନର୍ସ, ପାରାମେଡିକାଲ କର୍ମଚାରୀ, ଆମ୍ବୁଲାନ୍ସ, ପୋଲିସ, ସେବା କର୍ମୀ ନିୟମିତ ଭାବେ କାମ କରୁଛନ୍ତି । କରୋନା ମୁକାବିଲା ପାଇଁ ଭାରତବାସୀଙ୍କୁ ସଂକଳ୍ପ ନେବାକୁ ପଡିବ । ଦେଶବାସୀଙ୍କ ସଂକଳ୍ପ ରହିଲେ ଆମେ କରୋନା ବିରୁଦ୍ଧ ଲଢେଇରେ ବିଜୟ ହାସଲ କରିପାରିବା ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । କରୋନା ସଙ୍କଟ ଯୋଗୁ ଛୋଟ ପିଲାମାନେ ଆସିପାରି ନଥିବାରୁ ସେ ଦୁଃଖ ପ୍ରକାଶ କରିଛନ୍ତି । ସେହିପରି ବିସ୍ତାରବାଦୀଙ୍କୁ ଆଗକୁ ବଢିବାକୁ ଦିଆଯିବ ନାହିଁ ବୋଲ ସେ କହିଛନ୍ତି ।

Related posts

ସିନ୍ଧିଆଙ୍କ ମିଶ୍ରଣ ମଧ୍ୟପ୍ରଦେଶରେ ଦଳକୁ ଆଗେଇ ନେବ: ଶାହା

mahabharatanews

ପୁଣି ଏକ ଲଘୁଚାପକୁ ନେଇ ସତର୍କ କଲାଣି ଭାରତୀୟ ପାଣିପାଗ ବିଭାଗ

mahabharatanews

ସିଙ୍ଗଡା ଦାମ କୁ ନେଇ ମହାଭାରତ

mahabharatanews

Leave a Comment