ଭାରତ

ତିନି ଦିନିଆ ଫ୍ରାନ୍ସ ଓ ୟୁଏଇ ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦି

(ଦିଲ୍ଲୀ) : ତିନି ଦିନିଆ ଫ୍ରାନ୍ସ ଓ ୟୁଏଇ ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦି । କାଲି ଫ୍ରାନ୍ସ ଜାତୀୟ ଦିବସରେ ସମ୍ମାନୀୟ ଅତିଥି ଭାବେ ଯୋଗ ଦେବେ ମୋଦି । ଏହି ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ପ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲଙ୍କ ସହ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ନେଇ ଆଲୋଚନ କରିବାର କାର୍ଯ୍ୟକ୍ରମ ରହିଛି ।

ସୂଚନାନୁଯାୟୀ ,  ଫୋକସରେ ରହିବ ଭାରତ-ଫ୍ରାନ୍ସ ମଧ୍ୟରେ ପ୍ରତିରକ୍ଷା ଚୁକ୍ତି । ନୌସେନା ପାଇଁ ୨୬ଟି ରାଫେଲ୍ ବିମାନ ଏବଂ ୩ଟି ସ୍କରପିନ୍ କ୍ଲାସ୍ ବୁଡ଼ାଜାହାଜ ପାଇଁ ପ୍ରାନ୍ସ ସହ ଚୁକ୍ତି କରିପାରେ ଭାରତ । ପ୍ରଧାନମନ୍ତ୍ରୀ ମୋଦି ଆଜି ସକାଳେ ଦିଲ୍ଲୀ ବିମାନ ବନ୍ଦରରୁ ପ୍ୟାରିସ ଅଭିମୁଖେ ଯାତ୍ରା କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ଦୁଇ ଦିନିଆ ଫ୍ରାନ୍ସ ଗସ୍ତରେ ଯାଇଛନ୍ତି, ଯେଉଁଠାରେ ସେ ଜୁଲାଇ 14ରେ ହେବା ପାଇଁ ଥିବା ବାଷ୍ଟାଇଲ ଡେ’ପରେଡ୍ ଉତ୍ସବରେ ଯୋଗଦେବେ । ଫ୍ରାନ୍ସ ଗସ୍ତ ଶେଷ କରିବା ପରେ ଜୁଲାଇ 15 ରେ ପ୍ରଧାନମନ୍ତ୍ରୀ ମୋଦି ୟୁଏଇରେ ପହଞ୍ଚିବେ। ଏଠାରେ ସେ ୟୁଏଇର ରାଷ୍ଟ୍ରପତିଙ୍କୁ ଭେଟିବେ, ଯେଉଁଠାରେ ତାଙ୍କୁ ଏକ ଆନୁଷ୍ଠାନିକ ଭାବେ ସ୍ୱାଗତ କରାଯିବ । ଏଠାରେ ଦୁଇ ନେତାଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ହେବ ଏବଂ ଅନେକ କାର୍ଯ୍ୟକ୍ରମର ଆୟୋଜନ କରାଯିବା ନେଇ ସୂଚନା ରହିଛି ।

Related posts

ଚଣ୍ଡିଗଡ଼ରେ ମାସ୍କ ବାଧ୍ୟତାମୂଳକ 

mahabharatanews

୧ରେ ଉଦଘାଟିତ ହେବ ବିଶ୍ବର ପ୍ରଥମ ବୈଦିକ ଘଡ଼ି

mahabharatanews

ମୋଦି ସରନେମ୍ ମାମଲାରେ ରାହୁଲଙ୍କୁ ପାଟନା ହାଇକୋର୍ଟରୁ ଆଶ୍ୱସ୍ତି

mahabharatanews