(ଉତ୍ତରପ୍ରଦେଶ) : ୨ଦିନିଆ ଗୁଜୁରାଟ ଏବଂ ଉତ୍ତରପ୍ରଦେଶର ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦି । ପ୍ରଧାନମନ୍ତ୍ରୀ ଆଜି ନିଜ ଗସ୍ତର ଦ୍ୱିତୀୟ ଦିନରେ ଉତ୍ତରପ୍ରଦେଶରେ ଅଛନ୍ତି। ଏଠାରେ ଅନେକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବା ସହ ସେ ୧୩,୦୦୦କୋଟିରୁ ଅଧିକ ମୂଲ୍ୟର ପ୍ରକଳ୍ପର ଶୁଭାରମ୍ଭ କରିବେ । ପ୍ରଧାନମନ୍ତ୍ରୀ ମୋଦି ଉତ୍ତରପ୍ରଦେଶର ନିଦ ନିର୍ବାଚନ ମଣ୍ତଳି ବାରାଣାସୀରେ ପହଞ୍ଚିଛନ୍ତି।
ସୂଚନାନୁଯାୟୀ , ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ (ବିଏଚୟୁ)ର ଏକ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଛାତ୍ରମାନଙ୍କୁ ସମ୍ବୋଧିତ କରିଛନ୍ତି । ଏହି ସମୟରେ ମୋଦି କହିଛନ୍ତି, କାଶୀର ପରିଚୟକୁ ଯୁବ ପିଢି ଦାୟିତ୍ୱର ସହ ସଶକ୍ତ କରୁଛନ୍ତି। ‘ଯେଉଁ କାଶୀକୁ ସମୟଠାରୁ ମଧ୍ୟ ପୁରାତନ ବୋଲି କୁହାଯାଏ, ଏହାର ପରିଚୟକୁ ସୁଦୃଢ କରିବା ପାଇଁ ଏଠିକାର ଯୁବପିଢି ଦାୟିତ୍ୱର ସହ ସଶକ୍ତ କରୁଛି । ଏହି ଦୃଶ୍ୟ ମୋତେ ଖୁସି ଦିଏ , ଗର୍ବିତ କରିବା ସହ ଯୁବକମାନଙ୍କୁ ଆତ୍ମବିଶ୍ୱାସ ମଧ୍ୟ ଯୋଗାଇଥାଏ । ଏହା ଆମେ ଦେଶକୁ ନୂତନ ଉଚ୍ଚତାକୁ ନେଇଯିବା । ଏହି ଅବସରରେ ପ୍ରଧାନମନ୍ତ୍ରୀ ସଂସଦ ସଂସ୍କୃତ ପ୍ରତିଯୋଗିତାର ବିଜେତାମାନଙ୍କୁ ପୁରସ୍କାର ପ୍ରଦାନ କରିଛନ୍ତି ।
