ଭାରତ

ଧ୍ୟାନରେ ମୋଦି

(ଦିଲ୍ଲୀ) : ଲୋକସଭା ନିର୍ବାଚନ ୨୦୨୪ ଶେଷ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ଧ୍ୟାନରେ ବସିଲେ ପ୍ରଧାନମନ୍ତ୍ରୀ ମୋଦୀ, ଯାହା ପ୍ରଥମ ଫଟୋ ପ୍ରକାଶ ପାଇଛି ଏବଂ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି । ପ୍ରସିଦ୍ଧ ବିବେକାନନ୍ଦ ରକ୍ ମେମୋରିଆଲର ଧିନା ମଣ୍ଡପମରେ ପିଏମ ମୋଦୀ ଧ୍ୟାନ କରୁଥିବା ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ସୂଚନାନୁଯାୟୀ , ଯେଉଁଥିରେ ମୋଦୀ ଗେରୁଆ ରଙ୍ଗର ପୋଷାକ ପିନ୍ଧିଥିବାର ଦେଖିବାକୁ ମିଳୁଛି । ବିବେକାନନ୍ଦ ରକ୍ ମେମୋରିଆଲରେ ଧ୍ୟାନ କରୁଥିବାବେଳେ ପିଏମ ମୋଦୀ ଯୋଗୀଙ୍କ ସ୍ଥିତିରେ ବସିଥିବାର ନଜର ଆସୁଛନ୍ତି। ବିବେକାନନ୍ଦ ରକ୍ ମେମୋରିଆଲରେ ପିଏମ ମୋଦୀ ପ୍ରାର୍ଥନା କରୁଥିବାର ଦେଖିବାକୁ ମିଳିଛି। ଆଜିଠୁ ୪୮ ଘଣ୍ଟା ପାଇଁ ଧ୍ୟାନରେ ବସିବେ । ମୋଦୀ ପ୍ରଧାନମନ୍ତ୍ରୀ ମୋଦୀ ପ୍ରଥମେ ସୂର୍ଯ୍ୟଙ୍କୁ ପାଣି ଦେଇ ପୂଜାର୍ଚ୍ଚନା କରିଥିଲେ । ବିଶ୍ୱାସ କରାଯାଏ ଯେ, ସୂର୍ଯ୍ୟ ଭଗବାନଙ୍କୁ ଜଳ ତର୍ପଣ କରିବା ଦ୍ୱାରା ଅଧିକାଂଶ ଅସୁବିଧା ଦୂର ହୋଇଯାଏ ।

Related posts

ମୋଦି ,ଶାହା ଏବଂ ଯୋଗୀଙ୍କୁ ରାକ୍ଷୀ ପଠାଇଲେ ସୀମା ହାଇଦର୍ 

mahabharatanews

ଗୋଟିଏ ସ୍ୱାମୀର ଦୁଇ ସ୍ତ୍ରୀ

mahabharatanews

ସଂସଦ ଉପରେ ଆକ୍ରମଣ , ୪ଗିରଫ 

mahabharatanews