(ଦିଲ୍ଲୀ) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଆସାମ ଗସ୍ତରେ ଅଛନ୍ତି । ଏହି ସମୟରେ ସେ ଶନିବାର ଆସାମର କାଜିରଙ୍ଗା ଜାତୀୟ ଉଦ୍ୟାନ ପରିଦର୍ଶନ କରିଥିଲେ । କାଜିରଙ୍ଗା ପାର୍କରେ ପିଏମ ମୋଦୀ ହାତୀ ସଫାରି ମଧ୍ୟ କରିଛନ୍ତି । ପାର୍କ ମଧ୍ୟରେ ଥିବା କେନ୍ଦ୍ରୀୟ କୋହୋରା ରେଞ୍ଜର ମିହିମୁଖ ଅଞ୍ଚଳରେ ଏକ ହାତୀ ସଫାରି ସହିତ ଯାତ୍ରା ଆରମ୍ଭ କରିଥିଲେ ପ୍ରଧାନମନ୍ତ୍ରୀ । ଏହା ପରେ ଆଖପାଖରେ ଏକ ଜିପ୍ ସଫାରି ମଧ୍ୟ କରିଥିଲେ ।
ସୂଚନାନୁଯାୟୀ , ପ୍ରଧାନମନ୍ତ୍ରୀଙ୍କ ସହ ପାର୍କ ନିର୍ଦ୍ଦେଶକ ସୋନାଲି ଘୋଷ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ । ‘ମିସ୍ ୱାର୍ଲ୍ଡ-୨୦୨୪’ ହେଲେ ଚେକ୍ ରିପବ୍ଲିକର କ୍ରିଷ୍ଟିନା ପିଜକୋଭା; ନିରାଶ ହେଲା ଭାରତ ଆଜି ଅପରାହ୍ନରେ ସେ ଜୋରହାଟର ପ୍ରସିଦ୍ଧ ଅହୋମ ଜେନେରାଲ ଲାଚିତ ବାରଫୁକାନଙ୍କ ସମ୍ମାନାର୍ଥେ ୧୨୫ଫୁଟ ଉଚ୍ଚର ‘ଷ୍ଟାଚ୍ୟୁ ଅଫ୍ ଭାଲୋର’ ଉନ୍ମୋଚନ କରିବେ । ଏହା ପରେ ପ୍ରଧାନମନ୍ତ୍ରୀ ଜୋରହାଟ ଜିଲ୍ଲାରେ ଅବସ୍ଥିତ ମେଲେଙ୍ଗ ମେଟେଲି ପୋଥରକୁ ଯାଇ ଉଦଘାଟନ କରିବେ । ସେ ଏକ ଜନ ସମାବେଶକୁ ମଧ୍ୟ ସମ୍ବୋଧିତ କରିବେ । ପ୍ରଧାନମନ୍ତ୍ରୀ ମୋଦୀ ମୋଦି ୮ରୁ ୧୦ମାର୍ଚ୍ଚ ପର୍ଯ୍ୟନ୍ତ ଆସାମ, ଅରୁଣାଚଳ ପ୍ରଦେଶ, ପଶ୍ଚିମବଙ୍ଗ ଏବଂ ଉତ୍ତରପ୍ରଦେଶ ଗସ୍ତରେ ରହିବେ ।
