(ଦିଲ୍ଲୀ) : ଆଜି ସୁପ୍ରିମକୋର୍ଟ ପାଳିବ ହୀରକ ଜୟନ୍ତୀ । ୧୯୫୦ ଜାନୁଆରୀ ୨୮ ତାରିଖରେ ସୁପ୍ରିମକୋର୍ଟ ପ୍ରତିଷ୍ଠା ହୋଇଥିଲା । ହୀରକ ଜୟନ୍ତୀ ଅବସରରେ ସୁପ୍ରିମକୋର୍ଟଙ୍କ ନୂଆ ଓ୍ବେବସାଇଟ, ଡିଜିଟାଲ କୋର୍ଟସ ୨.୦, ଡିଜିଟାଲ ସୁପ୍ରିମକୋର୍ଟକୁ ଲୋକାର୍ପଣ କରିବେ ପ୍ରଧାନ ବିଚାରପତି ଜଷ୍ଟିସ ଡି.ଓ୍ବାଇ. ଚନ୍ଦ୍ରଚୂଡ଼ । ଏଥିରେ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ଆଇନମନ୍ତ୍ରୀ ଯୋଗଦେବେ ।
ସୂଚନାନୁଯାୟୀ , ପ୍ରଥମେ ସୁପ୍ରିମକୋର୍ଟଙ୍କ କୌଣସି ନିର୍ଦ୍ଦିଷ୍ଠ କୋଠା ନଥିଲା । ସଂସଦ ଭବନ ପରିସରରେ ଏହା ଆରମ୍ଭ ହୋଇଥିଲା । ହୀରକ ଜୟନ୍ତୀ ଅବସରରେ ଆଜି ଏକ ସ୍ବତନ୍ତ୍ର ଉତ୍ସବ ହେଉଛି । ସ୍ବାଧୀନତା ପରେ ଅର୍ଥାତ ୧୯୫୦ ଜାନୁଆରୀରେ ପ୍ରଥମ ସିଜେଆଇ ଥିଲେ ହୀରାଲାଲ ଜେକିସୁନଦାସ କାନିଆ । ବର୍ତ୍ତମାନ ସୁଦ୍ଧା ୫୦ ଜଣ ସିଜେଆଇ ଭାବେ ଅବସ୍ଥାପିତ ହେଲେଣି । ଜଷ୍ଟିସ ଧନଞ୍ଜୟ ଯଶଓ୍ବନ୍ତ ଚନ୍ଦ୍ରଚୂଡ଼ ୨୦୨୨ ନଭେମ୍ବର ୯ରେ ସିଜେଆଇ ହୋଇଥିଲେ । ବର୍ତ୍ତମାନ ସୁପ୍ରିମକୋର୍ଟର ଶୁଣାଣି ପ୍ରକ୍ରିୟାରେ ବହୁ ପରିବର୍ତ୍ତନ କରାଯାଇଛି ।
