Uncategorized

ଆସନ୍ତା କାଲି ପ୍ରଧାନ ମନ୍ତ୍ରୀ ସମସ୍ତ ମୁଖ୍ୟମନ୍ତ୍ରୀଙ୍କ ସହ କରିବେ ବୈଠକ

ନୂଆଦିଲ୍ଲୀ: କରୋନା ମହାମାରୀକୁ ପ୍ରତିହତ କରିବା ଲକ୍ଷ୍ୟରେ ଦେଶରେ ଲକଡାଉନ ୩ ଜାରି ରହିଛି, ଯାହା ୧୭ ତାରିଖରେ ସରିବା କୁ ଯାଉଛି । ଏହା ପୂର୍ବରୁ ଅର୍ଥାତ୍ ସୋମବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଂ ଜରିଆରେ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ପୁଣି ଆଲୋଚନା କରିବେ । ସୋମବାର ଦ୍ୱିପ୍ରହର ୩ଟାରେ ଏହି ଆଲୋଚନା ଆରମ୍ଭ ହେବ । ଏଥିରେ ମେ ୧୭ ପରରେ କଣ କରାଯିବା ଉଚିତ ତାକୁ ନେଇ ଆଲୋଚନା ହେବ । ଏଥିରେ ଗୃହମନ୍ତ୍ରୀ ଅମିତ ଶାହ, ସ୍ୱାସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନଙ୍କ ସହ ଅନେକ ବିଭାଗର ସଚିବ ମଧ୍ୟ ଉପସ୍ଥିତ ରହିବେ । ୧୭ ତାରିଖ ପରର ରଣନୀତି ବାବଦରେ ଏହି ଆଲୋଚନା ଗୁରୁତ୍ୱପୂର୍ଣ୍ଣ କୁହାଯାଉଛି । ଏହାପୂର୍ବରୁ ମେ ୩ରେ ଲକଡାଉନ ୨ ଶେଷ ହେବା ପୂର୍ବରୁ ଏପ୍ରିଲ ୨୮ରେ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଭିଡିଓ କନଫରେନ୍ସିଂରେ ଆଲୋଚନା କରିଥିଲେ । ଏହାପରେ ଲକଡାଉନକୁ ମେ ୧୭ ଯାଏଁ ବୃଦ୍ଧି କରାଯାଇଥିଲା ।

Related posts

ରାଜ୍ୟରେ ଆଉ ୬୧୮ କରୋନା ପଜିଟିଭ ଚିହ୍ନଟ

mahabharatanews

ଭୋଟ୍ ଦେଲେ ୧୧୦ ବର୍ଷିୟ ବୃଦ୍ଧା

mahabharatanews

ମହାବିଷୁବ ସଂକ୍ରାନ୍ତି ଅବସରରେ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା

mahabharatanews

Leave a Comment