ଓଡିଶା

ଗଞ୍ଜେଇ ଚୋରା ଚାଲାଣ ବେଳେ ମାଡ଼ିବସିଲା ପୁଲିସ ,୨ ଅଭିଯୁକ୍ତ ଗିରଫ

ଜୟପୁର/ମନୋଜ ଦାଶ: କୋରାପୁଟ ଜିଲ୍ଲା ଲମତା ପୁଟ ପୋଲିସକୁ ମିଳିଛି ଏକ ବଡ଼ ସଫଳତା।ଏକ ଗଞ୍ଜେଇ ବୋଝେଇ କାର ସହ ୨ ଗିରଫ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି ମାଛକୁଣ୍ଡ ପୋଲିସ।  ଲମତାପୁଟ ନିକଟସ୍ଥ କଣାଗାଁ ଛକରେ ଗଞ୍ଜେଇ ବୋଝେଇ କାର ସହ ଦୁଇ ଅଭିଯୁକ୍ତଙ୍କୁ ଗିରଫ ସହ ୯୬ କେଜି ୮ ଗ୍ରାମ ଗଞ୍ଜେଇ ଜବତ କରିବାରେ ସଫଳ ହୋଇଛି ପୋଲିସ।  ଏହି ଗଂଜେଇ ଅନୁମାନିକ ମୁଲିଅ ୧୦ ଲକ୍ଷ ଟଙ୍କା ହେବ ବୋଲି ପୋଲିସ ସୂଚନା ଦେଇଛି ।ଏହି ଗଞ୍ଜେଇ ଗୋଡିହଞ୍ଜର ଗ୍ରାମ ନିକଟରୁ ନେଇ ଜୟପୁର କୋଟା ଛକ ନିକଟକୁ ଗଞ୍ଜେଇ ବିକ୍ରି କରିବା ଅଭିଯୁକ୍ତ ମାନଙ୍କ ଲକ୍ଷ୍ୟ ଥିବା ସୂଚନା ମିଳିଛି। ସେଠାରୁ ବାହାର ରାଜ୍ୟକୁ ମଧ୍ୟ ଗଞ୍ଜେଇ ଚୋରା ଚାଲାଣ ହୋଇଥିବା ସ୍ୱୀକାର କରିଥିଲେ ଦୁଇ ଅଭିଯୁକ୍ତ । ଦୁଇ ଅଭିଯୁକ୍ତ ସ୍ଥାନୀୟ ଚାଙ୍ଗୁଡ଼ି ପଡା ଗ୍ରାମର ବଂଶୀଧର ବାଘ ହୋଇ ଥିବା ବେଳେ ଅନ୍ୟ ଜଣେ କାକିରିଗୁମା ଗ୍ରାମ ରାମେଶ୍ୱର ଖରାଙ୍କୁ ଗିରଫ କରିଛି ପୋଲିସ । ଗିରଫ ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ପୋଲିସ ଗଣମାଧ୍ୟମକୁ ସୂଚନା ଦେଇଥିଲା।

Related posts

ହୋଲି ପାଇଁ ରାଜଧାନୀରେ ଜାରି କଡ଼ା ସୁରକ୍ଷା ବ୍ୟବସ୍ଥା, ୩୨ ପ୍ଲାଟୁନ ଫୋର୍ସ ମୁତୟନ

mahabharatanews

୮ରୁ ଗଡ଼ିବ ପାରାଦୀପ-କେନ୍ଦୁଝରଗଡ଼ ପାସେଞ୍ଜର ଟ୍ରେନ୍‌

mahabharatanews

ଟ୍ରୋଲ ପାଇଁ ବାଟ ଫିଟାଇଲେ ଜାଗୃତି

mahabharatanews