ଭାରତ

ଗିରଫ ହେଲା ମୁଖ୍ୟମନ୍ତ୍ରୀଙ୍କୁ ଧମକ ଦେଇଥିବା ଯୁବକ

(ବିହାର) : ମୁଖ୍ୟମନ୍ତ୍ରୀଙ୍କୁ ଧମକ ଦେବା ଯୁବକଙ୍କୁ ପଡିଲା ମହଙ୍ଗା । ଯୁବକଜଣକ ବିହାର ମୁଖମନ୍ତ୍ରୀ ନୀତୀଶ କୁମାରଙ୍କୁ ବମ୍‌ରେ ଉଡ଼ାଇବାକୁ ଧମକ ଦେଇଥିଲା । ବିହାରର EOU ଏହି ଘଟଣାର ଛାନଭିନ ଆରମ୍ଭ କରିଥିବା ବେଳେ ଏପରି ଧମକ ଦେଇଥିବା ଅଭିଯୁକ୍ତଙ୍କୁ କର୍ଣ୍ଣାଟକାରୁ ବାନ୍ଧିଛି।

ସୂଚନାନୁଯାୟୀ ,  ଗୁରୁତର ଏହି ଖବର ସମଗ୍ର ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ବେଳେ EOU ଏହି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ବିଭିନ୍ନ ସ୍ଥାନରେ ଚଢ଼ାଉ ପରେ କର୍ଣ୍ଣାଟକାରୁ ଅଭିଯୁକ୍ତ ଯୁବକ ସୋନୁଙ୍କୁ ଗିରଫ କରାଯାଇଛି। କର୍ଣ୍ଣାଟକା ପୁଲିସ୍‌ ସାହାଯ୍ୟରେ EOU ତାଙ୍କୁ ଦେବନାଗିରିରୁ ଗିରଫ କରିଛି। ସେଠାରେ ସେ ଏକ ରାଇସ୍‌ ମିଲ୍‌ରେ କାମ କରୁଥିବା ଜଣାଯାଇଛି।

Related posts

ସୋନିଆ ଗାନ୍ଧୀଙ୍କୁ ୭୦ରୁ ଊର୍ଦ୍ଧ ପ୍ରଶ୍ନ କଲା ଇଡି

mahabharatanews

୧୫ ବର୍ଷ ଭିତରେ ୪୧.୫ କୋଟି ଗରିବ ହ୍ରାସ

mahabharatanews

ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆଙ୍କ ଘରେ ସିବିଆଇ ରେଡ

mahabharatanews