ଭାରତ

ଗିରଫ ହେଲା ମୁଖ୍ୟମନ୍ତ୍ରୀଙ୍କୁ ଧମକ ଦେଇଥିବା ଯୁବକ

(ବିହାର) : ମୁଖ୍ୟମନ୍ତ୍ରୀଙ୍କୁ ଧମକ ଦେବା ଯୁବକଙ୍କୁ ପଡିଲା ମହଙ୍ଗା । ଯୁବକଜଣକ ବିହାର ମୁଖମନ୍ତ୍ରୀ ନୀତୀଶ କୁମାରଙ୍କୁ ବମ୍‌ରେ ଉଡ଼ାଇବାକୁ ଧମକ ଦେଇଥିଲା । ବିହାରର EOU ଏହି ଘଟଣାର ଛାନଭିନ ଆରମ୍ଭ କରିଥିବା ବେଳେ ଏପରି ଧମକ ଦେଇଥିବା ଅଭିଯୁକ୍ତଙ୍କୁ କର୍ଣ୍ଣାଟକାରୁ ବାନ୍ଧିଛି।

ସୂଚନାନୁଯାୟୀ ,  ଗୁରୁତର ଏହି ଖବର ସମଗ୍ର ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ବେଳେ EOU ଏହି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ବିଭିନ୍ନ ସ୍ଥାନରେ ଚଢ଼ାଉ ପରେ କର୍ଣ୍ଣାଟକାରୁ ଅଭିଯୁକ୍ତ ଯୁବକ ସୋନୁଙ୍କୁ ଗିରଫ କରାଯାଇଛି। କର୍ଣ୍ଣାଟକା ପୁଲିସ୍‌ ସାହାଯ୍ୟରେ EOU ତାଙ୍କୁ ଦେବନାଗିରିରୁ ଗିରଫ କରିଛି। ସେଠାରେ ସେ ଏକ ରାଇସ୍‌ ମିଲ୍‌ରେ କାମ କରୁଥିବା ଜଣାଯାଇଛି।

Related posts

ବାତ୍ୟା ‘ମୋକା’ : ଲୋକଙ୍କୁ ସ୍ଥାନାନ୍ତର ଆରମ୍ଭ

mahabharatanews

ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ଜଣେ ମୃତ-ଦୁଇ ଆହତ

mahabharatanews

ଏକାଧିକ ଏଲପିଜି ସିଲିଣ୍ଡର ବିସ୍ଫୋରଣ 

mahabharatanews