ଅପରାଧ

୪ ମାସ ପରେ ବି ନିଖୋଜ କୁନି ଝିଅକୁ ଠାବ କରି ପାରୁନି ପୁଲିସ

ଭୁବନେଶ୍ୱର: ନୟାଗଡର ପରୀ ହତ୍ୟା ଘଟଣାକୁ ନେଇ ରାଜନୀତି ଯୋର ଧରିଛି । ଘଟଣାକୁ ୫ ମାସ ବିତି ଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ପୁଲିସ ହତ୍ୟାକାରୀକୁ ଧରିବାରେ ଅକ୍ଷମ । ଏପରି ସମୟରେ ସମାନ ଅଭିଯୋଗ ଆସୁଛି ଯାଜପୁରରୁ । ଅଗଷ୍ଟ ମାସରୁ ନିଖୋଜ ଥିବା ଜଣେ କୁନି ଝିଅକୁ ଠାବ କରି ପାରିନି ପୁଲିସ । ପୁଲିସ କେବଳ ଏକ ମାମଲା ରୁଜୁ କରି ବସିଥିବା ଅଭିଯୋଗ ହେଉଛି । ଏହା ମଧ୍ୟରେ ୪ ମାସ ବିତି ଗଲାଣି, କିନ୍ତୁ ଝିଅର କୌଣସି ପତ୍ତା ନ ମିଳିବାକୁ ନେଇ ଝିଅର ବାପା ମା କାନ୍ଦୁଛନ୍ତି ।
୨୦୨୦ ଅଗଷ୍ଟ ୯ ତାରିଖ ଦିନ ବିଞ୍ଝାରପୁର ଥାନା ମଧୁସୂଦନପୁର ଗାଁ ଲକ୍ଷ୍ମଣ ନାୟକଙ୍କ ଦୁଇ ବର୍ଷର ଝିଅ ଶୁଭଲକ୍ଷ୍ମୀ ନାୟକ ଓରଫ ‘ପିହୁ’ ଗାଁ ଦାଣ୍ଡରେ ପିଲାଙ୍କ ସହ ଖେଳୁ ଥିଲା । ମା ଘର କାମ ସାରି ପିହୁକୁ ଖୋଜିବା ବେଳକୁ ତାର କୌଣସି ପତ୍ତା ମିଳି ନ ଥିଲା । ପରିବାର ଲୋକେ ସାହି ପଡିଶାରେ ପଚରାଉଚରା କରିଥିଲେ । ପରେ ଗ୍ରାମର କେହି କହିଥିଲେ ପିହୁ ଖେଳୁ ଥିବା ବେଳେ ଏକ ବାଇକରେ କେହି ଆସି ତାର ମୁହଁ ବାନ୍ଧି ତାକୁ ନେଇ ଫେରାର ହୋଇଯାଇଥିଲେ । ଏହାପରେ ପରିବାର ଲୋକେ ବିଞ୍ଝାରପୁର ଥାନାରେ ଝିଅ ନିଖୋଜ ଥିବା ନେଇ ଅଭିଯୋଗ କରିଥିଲେ । ବାଙ୍ଗାଲୁରୁରେ କାର୍ଯ୍ୟ କରୁଥିବା ପିହୁର ବାପା ମଧ୍ୟ ଖବର ପାଇ ଘରକୁ ଫେରିଲେ । ବହୁ ଖୋଜାଖୋଜି ପରେ ମଧ୍ୟ ପିହୁର ପତ୍ତା ମିଳି ନ ଥିଲା । ଏହା ମଧ୍ୟରେ ୪ ମାସ ବିତି ଯାଇଥିଲେ ମଧ୍ୟ ଝିଅର କୌଣସି ପତ୍ତା ନାହିଁ । ପୁଲିସ ଏହି ଘଟଣାରେ କିଛି ନ କରି ହାତରେ ହାତ ଦେଇ ବସିଥିବା ପରିବାର ପକ୍ଷରୁ ଅଭିଯୋଗ ହେଉଛି । ପୁଲିସ କିଛି କହିବାକୁ ମନା କରୁଥିବା ବେଳେ ଶିଶୁ ଶୁରକ୍ଷା ଅଧିକାରୀ ମଧୁସୂଦନପୁର ଗାଁରେ ପହଞ୍ଚି ପରିବାର ଲୋକଙ୍କ ସହିତ ଆଲୋଚନା କରିଛି।

SR

Related posts

ଗଞ୍ଜେଇ ଖୋଜିଲାବେଳେ ବାହାରିଲା ଏକ କୁଇଣ୍ଟାଲ ରୁପା ଇଟା

mahabharatanews

ପଡିଶା ଘରକୁ ପିଠା ଖାଇବାକୁ ଯାଇ ଫେରିଲାନି କୁନି ଝିଅ

mahabharatanews

ସଙ୍ଗରୋଧ କେନ୍ଦ୍ରରେ ଯୁବକଙ୍କ ଆତ୍ମହତ୍ୟା

mahabharatanews