ଓଡିଶା

ବିପୁଳ ପରିମାଣର ଗଞ୍ଜେଇ ଜବତ

(ବୌଦ୍ଧ) : ଟ୍ରକରେ ଚାଲଣ ହେଉଥିଲା ବିପୁଳ ପରିମାଣର ଗଞ୍ଜେଇ ।  ବୌଦ୍ଧରୁ ମହାରାଷ୍ଟ୍ରକୁ ଟ୍ରକ୍ ଯୋଗେ ଚାଲାଣ ହେଉଥିବା ବିପୁଳ ପରିମାଣର ଗଞ୍ଜେଇକୁ ଶୁକ୍ରବାର ଜବତ କରାଯାଇଛି । ଏହି ଘଟଣାରେ ଟ୍ରକ୍‌ର ଚାଳକ ମହାରାଷ୍ଟ୍ର ନାଗପୁରର ଆଜାତ ସରଫରାଜ ଖାନ୍ ଓ ହେଲ୍‌ପରଙ୍କୁ ସିଦ୍ଧନାଥ ରାମ ମିଳନ ଯାଦବଙ୍କୁ ଗିରଫ କରାଯାଇଛି ।
ସୂଚନାନୁଯାୟୀ , ଶୁକ୍ରବାର ସକାଳେ ଏକ ଟ୍ରକ୍ ଯୋଗେ ମହାରାଷ୍ଟ୍ରକୁ ଗଞ୍ଜେଇ ଚାଲାଣ ହେଉଥିବା ସୂଚନା ମିଳିଥିଲା । ସଂଗେ ସଂଗେ ବୌଦ୍ଧ ବ୍ରିଜ ଛକ ନିକଟରେ ପୁଲିସ ଉକ୍ତ ଟ୍ରକ୍‌କୁ କାବୁ କରିଥିଲା । ଟ୍ରକ୍‌ରୁ ମୋଟ ୧୦ କୁଇଣ୍ଟାଲ ୨୫ କେଜି ଗଞ୍ଜେଇ ମିଳିଥିଲା । ଜବତ ଟ୍ରକ୍ ଓ ଗଞ୍ଜେଇକୁ ଥାନାକୁ ଅଣାଯାଇଥିଲା । ସେହିପରି ଦୁଇ ଅଭିଯୁକ୍ତଙ୍କ ନିକଟରୁ ନଗଦ ୧୮ ହଜାର ଟଙ୍କା ଓ ୨ଟି ମୋବାଇଲ ଫୋନ୍ ମଧ୍ୟ ଜବତ କରାଯାଇଥିଲା । ପରେ ଉଭୟଙ୍କୁ କୋର୍ଟଚାଲାଣ କରାଯାଇଥିଲା

Related posts

ରାଜ୍ୟରେ ଆହୁରି ଅନୁଭବ ହେବ ଗରମ

mahabharatanews

ମାସ୍କ ପିନ୍ଧିବାକୁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ

mahabharatanews

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ;’ତୀର୍ଥସ୍ଥଳୀକୁ ପର୍ଯ୍ୟଟନସ୍ଥଳୀ କଲେ ହୋଟେଲବାଲା ଖୁସି ହେବେ’

mahabharatanews