ଅପରାଧ

୧ କୋଟିରୁ ଅଧିକ ନିଶା ସାମଗ୍ରୀ ଜବତ

ଭୁବନେଶ୍ୱର: ନିଶା କାରବାର ଉପରେ କମିଶନରେଟ ପୁଲିସର କଡା ନଜର । ଗୋଟିଏ ଦିନରେ କମିଶନରେଟ ପୁଲିସ ୧ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ବ୍ରାଉନସୁଗର ଓ ଗଞ୍ଜେଇ ଜବତ କରିଛି । ଘଟଣାରେ ୫ଜଣଙ୍କୁ ପୁଲିସ ଗିରଫ କରିଛି । ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ଏନେଇ ସୂଚନା ଦେଇଛନ୍ତି ।
ଗତ କିଛିଦିନ ହେଲା ନିଶା ବେପାରୀମାନେ ବାଲେଶ୍ୱରର ଜଳେଶ୍ୱର ଅଂଚଳରୁ ବ୍ରାଉନସୁଗର ଆଣି ଭୁବନେଶ୍ୱର ଓ ଆଖାପାଖ ଅଂଚଳରେ କାରବାର କରୁଥିବା ନେଇ ପୋଲିସ ବିଶେଷ ସୂତ୍ରକୁ ଖବର ପାଇଥିଲା ।
ଖବର ଆଧାରରେ ଶହୀଦନଗର ଥାନା ପୁଲିସ ଓ କୁଇକ ଆକ୍ସନ ଟିମ ମିଳିତ ଭାବେ ମଙ୍ଗଳବାର ରାତିରେ କେଶୁରା ଅଂଚଳର ଏକ ଘରେ ଚଢାଉ କରିଥିଲା । ଚଢାଉ ବେଳେ ବିପୁଳ ପରିମାଣର ବ୍ରାଉନସୁଗର ପୁଲିସ ପାଇଥିବା ବେଳେ କିନ୍ତୁ ପୁଲିସକୁ ଦେଖି ଜଣେ ମହିଳା କିଛି ବ୍ରାଉନ ସୁଗାର ପୋଡିଦେବା ସହ ଲାଟିନରେ ପୁରାଇଦେଇଥିଲେ । ତଥାପି ପୁଲିସ ୫୫୦ ଗ୍ରାମ ଓଜନର ବ୍ରାଉନସୁଗର, ୩୪ଲକ୍ଷ ୮୦ ହଜାର ନଗଦ ଟଙ୍କା ଜବତ କରିଥିଲା । ଏହି ଘଟଣାରେ ପୁଲିସ ଜଣେ ମହିଳାଙ୍କ ସହ ଦୁଇଜଣଙ୍କୁ ଗିରଫ କରିଥିଲା । ସେମାନଙ୍କୁ ପଚରାଉଚରା କରିବା ବେଳେ ପୁଲିସ ଜାଣିବାକୁ ପାଇଛି କି, ବାଲେଶ୍ୱରରୁ ବ୍ରାଉନସୁଗର ଆଣି ରାଜଧାନୀ ଓ ଆଖାପାଖ ଅଂଚଳରେ କାରବାର କରୁଥିଲେ । ତେବେ ନିଶା କାରବାରର ମାଷ୍ଟରମାଇଣ୍ଡ କିଏ? ସେ କେଉଁଠି ରହୁଛି? ତାର ସୁରାକ ପୁଲିସକୁ ମିଳିନାହିଁ ।
ସେହିପରି ମଙ୍ଗଳବାର ରାତିରେ ସ୍ପେଶାଲ ସ୍କ୍ୱାର୍ଡ ଓ ତମାଣ୍ଡୋ ପୁଲିସ ମିଳିତ ଭାବେ ଏକ ସୁଇପ୍ଟ ଡିଜାର କାରରେ ଗଞ୍ଜେଇ କନ୍ଧମାଳରୁ ଭୁବନେଶ୍ୱର ଆସୁଥିବା ବେଳେ ଜବତ କରିଥିଲା । ସେଥିରୁ ୫୦ କିଲୋରୁ ଅଧିକ ଗଞ୍ଜେଇ ଜବତ କରାଯାଇଛି । ଏହି ଘଟଣାରେ ପୁଲିସ ୩ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ବେଶ କିଛିଦିନ ହେଲା ଏଭଳି ଭାବେ ଗଞ୍ଜେଇ କାରବାର କରୁଥିବା ପୁଲିସ ଆଗରେ ସ୍ୱିକାର କରିଛନ୍ତି ।

Related posts

ଫେରାର ଆଇଆଇସିଙ୍କ ଭିଜିଲାନ୍ସ କୋର୍ଟରେ ଆତ୍ମସମର୍ପଣ

mahabharatanews

କୃଷ୍ଣଚନ୍ଦ୍ର ପ୍ରତିହାରୀଙ୍କ ହତ୍ୟା ମାମଲାରେ ଫେରାର ୪ ଅଭିଯୁକ୍ତ ଗିରଫ

mahabharatanews

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଅନୁଗୁଳ ଜଳସେଚନ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ସୁରେନ୍ଦ୍ର ବେହେରାଙ୍କ ଘରେ ଭିଜିଲାନ୍ସ ଚଢାଉ

mahabharatanews