bharatଅପରାଧ

୫ କିଲୋ ଆଳୁ ମାଗି ନିଲମ୍ବିତ ହେଲେ ପୋଲିସ ବାବୁ

ଆଳୁ ପାଇଁ ଚାକିରିରୁ ନଲମ୍ବିତ ହେଲେ ପୋଲିସ ବାବୁ । ୫ କେଜି ଆଳୁ ଲାଞ୍ଚ ମାଗି ଚାକିରିକୁ ବିପଦରେ ପକାଇଛନ୍ତି ଜଣେ ପୋଲିସ୍ ସବ ଇନସପେକ୍ଟର। ଉତ୍ତର ପ୍ରଦେଶର କନୌଜରେ ଏପରି ଘଟଣା ଘଟିଛି । ସେ ଲାଞ୍ଚ ମାଗୁଥିବାର ଅଡିଓ ଭାଇରାଲ ହେବାପରେ ତାଙ୍କୁ ନିଲମ୍ବିତ କରାଯାଇଛି। ବର୍ତ୍ତମାନ ପୋଲିସ୍ ବିଭାଗ ଏହାର ତଦନ୍ତ କରୁଛି।

ସୂଚନା ଅନୁସାରେ ଲାଞ୍ଚ କାରବାର ପାଇଁ ଆଳୁ ଥିଲା କୋଡ ୱାର୍ଡ । ଗୋଟିଏ ମାମଲାର ରଫାଦଫା କରିବା ପାଇଁ ନିଲମ୍ବିତ ପୋଲିସ୍ ସବ ଇନସପେକ୍ଟର ରାମ କ୍ରିପାଲ ସିଂହ ୫ କେଜି ଆଳୁ ମାଗିଥିଲେ। ଏହାର ଅଡିଓ ଭାଇରାଲ ହେବା ପରେ ପୂରା ଘଟଣା ସାମ୍ନାକୁ ଆସିଛି।

ଅଡିଓରେ ଦ୍ୱିତୀୟ ବ୍ୟକ୍ତି ୨ କିଲୋଗ୍ରାମ ଆଳୁ ଦେବାକୁ ରାଜି ହୋଇଥିବା ଶୁଣିବାକୁ ମିଳୁଛି। କିନ୍ତୁ ରାମ କ୍ରିପାଲ ଏଥିରେ ରାଜି ହୋଇ ନ ଥିଲେ। ଏହା ପରେ ରାମ କ୍ରିପାଲ ୩ କିଲୋଗ୍ରାମ ଆଳୁରେ ମାମଲା ରଫାଦଫା କରିବାକୁ ରାଜି ହୋଇଥିଲେ। ରାମ କ୍ରିପାଲଙ୍କୁ ନିଲମ୍ବନ କରାଯିବା ପରେ ଘଟଣାର ତଦନ୍ତ ଚାଲିଛି। ରାମ କ୍ରିପାଲ ଆଳୁ ସହିତ ଅନ୍ୟ କିଛି ଲାଞ୍ଚ ନେଇଥିବାର ମଧ୍ୟ ପ୍ରମାଣ ମିଳିପାରେ ବୋଲି ପୋଲିସ୍ ବିଭାଗ କହିଛି।

Related posts

ତୀବ୍ର ବେଗରେ ବଢୁଛି ହିଂସା

mahabharatanews

ORHDC ଦୁର୍ନୀତି ମାମଲା, ପୂର୍ବତନ IAS ବିନୋଦ କୁମାରଙ୍କୁ ୫୦ ହଜାର ଟଙ୍କା ଫାଇନ ସହ ୩ ବର୍ଷ ସଜା ଶୁଣାଇଛନ୍ତି କୋର୍ଟ

mahabharatanews

ଲାଞ୍ଚ ମୁହାଁ ସରକାରୀ କର୍ମଚାରୀ: ପୁଣି ଜଣେ କିରାଣୀ ଗିରଫ

mahabharatanews