ଭୁବନେଶ୍ୱରର: ଗତ କିଛି ମାସ ଧରି ରାଜ୍ୟରେ ପୁଲିସର ମାତ୍ରାଧିକ ଉତ୍ପୀଡନ ଦେଖିବାକୁ ମିଳୁଛି । ରାଜ୍ୟରେ ଗୋଟିଏ ଦିନରେ ଦୁଇ ଦୁଇଟି ହାଜତ ମୃତ୍ୟୁ ପରେ ଏକାଧିକ ଥାର୍ଡ ଡିଗ୍ରୀର ଅଭିଯୋଗ ପରେ ପୁଣି ଏକ ଥାର୍ଡ ଡିଗ୍ରୀର ଅଭିଯୋଗ ହୋଇଛି। ଏବେ ପୁଲିସ ଥାର୍ଡ ଡିଗ୍ରୀର ଅଭିଯୋଗ ଆସିଛି କେନ୍ଦୁଝର ଜିଲ୍ଲାରୁ । ପାଟନା ଅଞ୍ଚଳରେ ଜଣେ ନାବାଳକକୁ ହାଜତରେ ପୁଲିସ ଥାର୍ଡ ଡିଗ୍ରୀ ଦେଇଥିବା ନିଜେ ନାବାଳକ ଓ ତାର ମା କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ।
ପାଟଣା ଥାନା ଅଧୀନ କାମେଶ୍ୱରପୁର ପାଟଣା ଗ୍ରାମରେ ଯଶୋବନ୍ତ ନାଏକ ଏବଂ ବୀଣା ନାଏକଙ୍କ ପରିବାର ବାସ କରନ୍ତି । ଗତ ୨୧ ତାରିଖରେ ଏକ ଚୋରି ମାମଲାରେ ସେମାନଙ୍କଙ୍କ ନାବାଳକ ପୁଅକୁ ଥାନା ପକ୍ଷରୁ ଡକା ଯାଇଥିଲା। ନିଜ ପରିବାର ସହିତ ସଂପୃକ୍ତ ନାବାଳକ ଥାନାକୁ ଯାଇଥିବା ବେଳେ କିଛି ସମୟରେ ପୁଅକୁ ଛଡାଯିବ ତୁମେ ଯାଅ କହି ବାପା ମା’ଙ୍କୁ ଘରକୁ ପଠାଇ ଦେଇଥିଲେ । ମାତ୍ର ଅପରାହ୍ନ ୪ଟା ବେଳେ ଛାଡି ଦିଆଯାଇଥିଲା । କିନ୍ତୁ ସେ ଚାଲିପାରିନଥିଲା । ବ।।ପା ମା ଦେଖନ୍ତୁ ପୁଅର ଗୋଡକୁ ମାରି ରକ୍ତାକ୍ତ କରିଦେଇଛି ପୁଲିସ । ଏହା ପରେ ପୁଅକୁ ସେମାନେ ଚିକିତ୍ସା କରାଇଥିଲେ।
ଏହି ଘଟଣା ପରେ ଥାନାର ଦୁଇ ଅଧିକାରୀ ବାରମ୍ବାର ନାବାଳକର ମାଆଙ୍କୁ ପରିବାରକୁ ଧମକ ଦେଉଥିବା ନେଇ କେନ୍ଦୁଝର ଏସପିଙ୍କ ନିକଟରେ ଅଭିଯୋଗ ହୋଇଛି। ପୁଲିସ୍ ପାଖରୁ ନ୍ୟାୟ ନମିଳିବା ପରେ ସେମାନେ କୋର୍ଟର ଦ୍ୱାରସ୍ଥ ହୋଇଛନ୍ତି।
SR
