ଓଡିଶା

ରାଜନୈତିକ ଆକ୍ରୋଶ ଛାରଖାର କଲା ସବୁ ସ୍ୱପ୍ନ

ଭୁବନେଶ୍ୱର: ବିବାହ ଥିଲା ଡିସେମ୍ବର ୧୧ରେ । ଆଖିରେ ଆଖିଏ ଅସୁମାରୀ ସ୍ୱପ୍ନ । କିନ୍ତୁ ସବୁ ସ୍ୱପ୍ନ ଛାରଖାର ହୋଇଗଲା । ବାପାଙ୍କ ରାଜନୈତିକ ଶତ୍ରୁଙ୍କ ଦ୍ୱାରା ସ୍ୱପ୍ନ ସବୁ ସ୍ୱପ୍ନ ହୋଇ ରହିଗଲା ଓ ହୃଦୟରେ ଭରିଦେଲା ଦୁଃଖ । ଆଖି ଲୁହ ବନ୍ୟାରେ ଭରିଗଲା । ବିଜେଡିରୁ ବହିଷ୍କୃତ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଝିଅ କଥା କହୁଛୁ । ଭାବୀ ସ୍ୱାମୀ ଆକାଶଙ୍କୁ ନେଇ ସେ କେତେ କଣ ସ୍ୱପ୍ନ ଦେଖି ନ ଥିବେ । କିନ୍ତୁ ରାଜନୈତିକ ଆକ୍ରୋଶରୁ ଝିଅଟିର ହୃଦୟ ଏବେ ନିରାଶା, ହତାଶାରେ ଭରି ଯାଇଛି । ଆଉ ଝିଅର ଏହି ସ୍ଥିତି ଉଭୟ ବାପା ମାଙ୍କୁ ବ୍ୟଥିତ କରୁଛି ।ଯେଉଁଥି ପାଇଁ ପ୍ରଦୀପ ଓ ତାଙ୍କ ପତ୍ନୀ ମିଡିଆ ଆଗରେ ଚିକ୍ରାର କରି ଜନବିରୋଧୀର ପରିଭାଷା ପଚାରିବା ସହ କାନ୍ଦି ପକାଇଛନ୍ତି ।

ତେବେ ପ୍ରଦୀପଙ୍କ ଭୁଲ ପାଇଁ ତାଙ୍କ ଝିଅଙ୍କୁ ଦଣ୍ଡିତ କରିବା ଅତ୍ୟନ୍ତ ହୀନମନ୍ୟତା ବୋଲି ବିଜେପିର ନେତା ବିଜୟ ମହାପାତ୍ର କହିଛନ୍ତି । ମୁଖ୍ୟମନ୍ତ୍ରୀଙ୍କୁ ସରକାର ଭାଙ୍ଗିବାକୁ ନେଇ ହୋଇଥିବା ଷଡଯନ୍ତ୍ର ସମ୍ପର୍କରେ ଅବଗତ କରାଇବା ହେଉ ଅବା କରୋନା ଚିକିତ୍ସା ବ୍ୟବସ୍ଥାରେ ଅନିୟମିତତାକୁ ନେଇ ଅବା ଅନ୍ୟ କୌଣସି କାରଣ, ପ୍ରଦୀପଙ୍କ ଉପରେ ପ୍ରତିଶୋଧ ନେବାକୁ ଏପରି କରାଯିବା ଅଗ୍ରହଣୀୟ ନିଶ୍ଚିତ । ପ୍ରଦୀପଙ୍କୁ ହଇରାଣ କରିବାକୁ ତାଙ୍କ ଅରବପତି ସମୁଦି ତଥା ଆଇଏଫଏସ ଅଫିସର ଅଭୟ ପାଠକ ଓ ଜ୍ୱାଇଁ ଆକାଶ ପାଠକଙ୍କୁ ଗିରଫ କରାଯାଇଛି । ସେମାନଙ୍କ ନାମରେ ଜାଲିଆତି, ଦୁର୍ନୀତିର ମାମଲା ଚାଲିଛି । କିନ୍ତୁ ଜଣେ ଆଇଏଫଏସ ଅଧିକାରୀଙ୍କର ଦେଶବ୍ୟାପୀ ୧୩ଟି ସ୍ଥାନରେ ଘରବାଡି ରହିଛି, ସେ ରାଜକୀୟ ଶୈଳୀରେ ଜୀବନ ଯାପନ କରୁଛନ୍ତି । ଏସବୁ ଆଜି ପର୍ଯ୍ୟନ୍ତ ରାଜ୍ୟ ଭିଜିଲାନ୍ସକୁ କିପରି ଦୃଷ୍ଟିଗୋଚର ହୋଇ ନ ଥିଲା । କିପରି ସେ ସରକାରର ଜଣେ ସୁନା ପୁଅ ହୋଇ ରହିଥିଲେ । ଯେତେବେଳେ ପ୍ରଦୀପଙ୍କ ସହ ଦଳର ମତଭେଦ ଘଟିଲା ସେତେବେଳେ ଭିଜିଲାନ୍ସ ଉଠିଲା ନିଦରୁ ।

ସେହିପରି ଅଭୟ ପାଠକଙ୍କ ପୁଅ ତଥା ପ୍ରଦୀପଙ୍କ ଭାବୀ ଜ୍ୱାଇଁ ଆକାଶ ପାଠକ କୋଟି କୋଟି ଟଙ୍କାର ଠକେଇ କରିଥିବା ଅଭିଯୋଗ କରି ଗିରଫ କରାଯାଇଛି । କିନ୍ତୁ ଆଜି ଯାଏ ସରକାର ତଥା ପୁଲିସ ପ୍ରଶାସନର ତାଙ୍କ ଉପରରେ କେମିତି ଦୃଷ୍ଟି ପଡି ନ ଥିଲା । କଣ ପ୍ରଦୀପ ଓ ଅଭୟ ଉଭୟ ସରକାରର ଗେହ୍ଲା ପୁଅ ଥିଲେ । ତେଣୁ ଆକାଶ ପାଠକଙ୍କ ଜାଲିଆତି, ଠକାମିକୁ ଗୁଇନ୍ଦ, ଭିଜିଲାନ୍ସର, ଏସଟିଏଫ ଦେଖି ପାରୁ ନଥିଲେ । ଏହା ବ୍ୟତୀତ ଏପ୍ରିଲ ମାସରେ ଆକାଶ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ ନିଜ ଠିକଣା, ପରିଚୟ ସବୁ ଦେଇ ସଗର୍ବରେ ୫ ଲକ୍ଷ ଟଙ୍କାର ଚେକ କରୋନା ପରିଚାଳନା ପାଇଁ ପ୍ରଦାନ କରିଥିଲେ । ତାହା ପୁଣି ଖୋଦ ମୁଖ୍ୟମନ୍ତ୍ରୀଙ୍କୁ, ଯେତେବେଳେ ମୁଖ୍ୟମନ୍ତ୍ରୀଙ୍କୁ ସୂର୍ଯ୍ୟ ଚନ୍ଦ୍ର ମଧ୍ୟ ଦେଖିବାର ସୁଯୋଗରୁ ବଞ୍ଚିତ ହୋଇଥିଲେ

ମେ ମାସରେ କଟକ କ୍ରାଇମ ବ୍ରାଞ୍ଚରେ ଆକାଶଙ୍କ ଠକେଇକୁ ନେଇ ଟାଟା ମୋଟରସ ଲିମିଟେଡ ତରଫରୁ ଏକ ଅଭିଯୋଗ ହୋଇଥିଲା । ସେଥିରେ ଆକାଶଙ୍କ ସବୁ ଜାଲିଆତିକୁ ମଧ୍ୟ ଦର୍ଶା ଯାଇଥିଲା । ଏହା ପରେ ମଧ୍ୟ କ୍ରାଇମ ବ୍ରାଞ୍ଚ ଆକାଶଙ୍କୁ ଧରିନଥିଲା । ଏମିତି ନୁହେଁ କି ଆକାଶ ଅଣ୍ଡରଗ୍ରାଉଣ୍ଡ ହୋଇଯାଇଥିଲେ ବା ପ୍ରଶାସନ ପାଇଁ ଅଜଣା ଥିଲେ । ସବୁ ଅଭିଯୋଗ, ସବୁ ଠକାମିକୁ ଦେଖି ପ୍ରଶାସନ ଚୁପ ଅଜଣା ଚାଉଳ ଭାତ ଖାଇ ନିଘୋଡ ନିଦରେ ଥିଲା । ଏହି ଅଭିଯୋଗ ପରେ ପ୍ରଦୀପଙ୍କ ଝିଅ ସହ ନିର୍ବନ୍ଧ ପରେ ଦୁଇ ପରିବାର ମୁଖ୍ୟମନ୍ତ୍ରୀଙ୍କୁ ଭେଟି ତାଙ୍କ ଆଶୀର୍ବାଦ ନେଇଥିଲେ । ଆକାଶଙ୍କୁ ମୁଖ୍ୟମନ୍ତ୍ରୀ ମନ ଖୋଲି ଆଶୀର୍ବାଦର ବର୍ଷା କରିଥିଲେ । କିନ୍ତୁ ହଠାତ ପାଗ ବିଗିଡି ଗଲା । ଦଳ ଓ ସରକାରର ତିନି ସୁନା ପୁଅ ସବୁ ପ୍ରକାର ଅନିୟମିତତାରେ ରାତାରାତି ଲିପ୍ତ ହୋଇଗଲେ ଓ ଜଣକ ପରେ ଜଣେ ହୋଇ ଦଣ୍ଡିତ ହେଲେ । କିନ୍ତୁ ଏହି ରାଜନୈତିକ ପସାପାଲିରେ ବିଚାରୀ ଝିଅଟି ପେଶି ହୋଇଗଲା ଯାହା ।

SR

Related posts

ସମ୍ପତ୍ତି ପାଇଁ ବାପାକୁ ମାରିବାକୁ ଧମକ ଦେଲା ପୁଅ

mahabharatanews

ବରଗଡ଼ ସାମ୍ବାଦିକଙ୍କୁ ପୁଲିସର ଆକ୍ରମଣ ଘଟଣା: କଣ୍ଟାବାଞ୍ଜି ପ୍ରେସକ୍ଲବର ନିନ୍ଦା ଦାବିପତ୍ର ପ୍ରଦାନ

mahabharatanews

ରାଜ୍ୟରେ ଦୀର୍ଘ ୧୮ ମାସ ବନ୍ଦ ପରେ ଖୋଲିଲା ଅଷ୍ଟମ ଶ୍ରେଣୀ

mahabharatanews