ଓଡିଶା

ସୂର୍ଯ୍ୟପରାଗରେ ମହାପ୍ରଭୁଙ୍କ ସର୍ବସାଧାରଣ ଦର୍ଶନ

ପୁରୀ /ଜୟନ୍ତ ସେଠୀ : ଆସନ୍ତା ୨୫ ତାରିଖ କେତୁ ଗ୍ରସ୍ତ ଖଣ୍ଡ ଗ୍ରାସ ସୂର୍ଯ୍ୟପରାଗ। ଏଣୁ ଭୋର ୪ଟା ୫୭ ମିନିଟ ଠାରୁ ପାକ ତ୍ୟାଗ ଓ ଦେବ ନୀତି ନିଷେଧ ରହିବ। ସନ୍ଧ୍ୟା ୬ଟା ୨୬ ମିନିଟ ୫୨ ସେକେଣ୍ଡରେ ଗ୍ରହଣ ସର୍ବ ମୋକ୍ଷ ହେବ। ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ନିତୀକାନ୍ତି ପ୍ରସ୍ତୁତ କରାଯାଇଥିବା ବେଳେ ୨୪ ତାରିଖ ମଧ୍ୟ ରାତ୍ରି ୧୨ଟା ୧୦ ମିନିଟରୁ ଶ୍ରୀମନ୍ଦିର ଦ୍ୱାର ଫିଟା ନୀତି କରାଯାଇ ମଙ୍ଗଳଆଳତୀ, ମଇଲମ, ଅବକାଶ, ସୂର୍ୟ୍ୟପୂଜା, ଦ୍ୱାରପାଳ ପୂଜା ଅନୁଷ୍ଠିତ ହେବା ସହ ରାଧା ଦାମୋଦର ବେଶ, ଗୋପାଳ ବଲ୍ଳଭ, ସକାଳ ଧୂପ ତଥା ବାଳଧୁପ ନୀତି କରାଯିବ। ଏହାପରେ ଅମାବାସ୍ୟା ଶ୍ରୀ ନାରାୟଣ ସାଗର ବିଜେ ନୀତି କରିବା ସହ ଭୋର ୪ଟା ୫୫ ମିନିଟ ସୁଦ୍ଧା ଭୋଗ ମଣ୍ଡପ ନୀତି ଶେଷ କରିବାକୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଆୟୋଜିତ ଏକ ବୈଠକରେ ନିଷ୍ପତ୍ତି ନିଆଯାଇଛି। ସୂର୍ଯ୍ୟ ପରାଗ ଦିନ ଶ୍ରୀମନ୍ଦିର ଭକ୍ତଙ୍କ ପାଇଁ ଖୋଲା ରହିବ। ଭକ୍ତ ମାନେ ମହାପ୍ରଭୁଙ୍କ ଦର୍ଶନ ପାଇବା ସହ ମହାପ୍ରସାଦ ମଧ୍ୟ ପାଈ ପାରିବେ। ତେବେ ଗ୍ରହଣ ସ୍ପର୍ଶ ପରେ ଶ୍ରୀମନ୍ଦିର ରେ ମହାପ୍ରଭୁ ଙ୍କ ମହାସ୍ନାନ, ଗ୍ରହଣ ବେଶ , ଗ୍ରହଣ ଭୋଗ ସମେତ ଅନେକ ନିତିକାନ୍ତି ଅନୁଷ୍ଠିତ ହେଇଥାଏ। ତେବେ ମହାପ୍ରଭୁ ଙ୍କୁ ଛାଡି ଅନ୍ୟ ଦେବଦେବୀ ଙ୍କ ଦେବ ନୀତି ଗ୍ରହଣ ମୋକ୍ଷ ପରେ ଅନୁଷ୍ଠିତ ହେଇଥାଏ।

Related posts

ଏପ୍ରିଲ ୨୦ ଓ ୨୧ରେ ହେବ Skill Conclave

mahabharatanews

କଟକ ସହରରୁ ଆଉ ୩୫ କରୋନା ପଜିଟିଭ ଚିହ୍ନଟ

mahabharatanews

ରାହୁଲଙ୍କୁ ସ୍ୱାମୀ ଚକ୍ରପାଣିଙ୍କ କଟାକ୍ଷ

mahabharatanews