ଭାରତରାଜନୀତି

ମୁମ୍ବାଇ ଇଣ୍ଡିଆନ୍ସ ରୁ ଆଉଟ ହେବେ କି ପୋଲାର୍ଡ !

ନୂଆଦିଲ୍ଲୀ : ଆଇପିଏଲରେ ସବୁଠୁ ଖରାପ ପ୍ରଦର୍ଶନ କରିଛି ମୁମ୍ବାଇ ଇଣ୍ଡିଆନ୍ସ । ଦଳ ଦଶମ ସ୍ଥାନରେ ରହି ନିଜର ଅଭିଯାନ ଶେଷ କରିଛି । ଏହାପରେ ଦଳ ପକ୍ଷରୁ ମନ୍ଥନ ଆରମ୍ଭ ହୋଇଯାଇଛି । ଅନେକ ଷ୍ଟାର୍ ଖେଳାଳିଙ୍କୁ ରିଲିଜ୍ କରିବାକୁ ଦଳ ଯୋଜନା କରିଛି । ଆଗାମୀ ଦିନରେ ଷ୍ଟାର୍ ଅଲରାଉଣ୍ଡର କିରନ ପୋଲାର୍ଡଙ୍କୁ ମୁମ୍ବାଇ ରିଲିଜ କରିପାରେ ବୋଲି ଅନୁମାନ କରିଛନ୍ତି ପୂର୍ବତନ କ୍ରିକେଟର ତଥା କମେଣ୍ଟେଟର ଆକାଶ ଚୋପ୍ରା । ପୋଲାର୍ଡ ଚଳିତ ସିଜିନରେ ସବୁଠାରୁ ଖରାପ ପ୍ରଦର୍ଶନ କରିଥିଲେ ।

ସେ ମାତ୍ର ୧୪୪ ରନ୍ କରିଥିଲେ । ପୋଲାର୍ଡ ସେହି ୪ ଖେଳାଳିଙ୍କ ମଧ୍ୟରେ ସାମିଲ ଥିଲେ ଯାହାଙ୍କୁ ମୁମ୍ବାଇ ରିଟେନ୍ କରିଥିଲା । ତାଙ୍କୁ ୬ କୋଟି ଦେଇ ମୁମ୍ବାଇ ଦଳରେ ରଖିଥିଲା ।ତେବେ ଆକାଶ ଚୋପ୍ରାଙ୍କ କହିବାନୁସାରେ, କିରନ ପୋଲାର୍ଡଙ୍କ ଏହା ମୁମ୍ବାଇରେ ଶେଷ ସିଜିନ୍ ଥିଲା ବୋଲି କୁହାଯାଇପାରେ । ଯଦି ତାଙ୍କୁ ମୁମ୍ବାଇ ରିଲିଜ୍ କରେ ତେବେ ୬ କୋଟି ଟଙ୍କା ବଳିବ । ଏହାସହ ମୁମ୍ବାଇ ମୁରୁଗାନ ଅଶ୍ୱୀନ, ଟାୟମଲ ମିଲ୍ସ ଓ ଜୟଦେବ ଉନାଦକଟଙ୍କୁ ମଧ୍ୟ ରିଲିଜ୍ କରିପାରେ ।

Related posts

ଭିଡିଓ କନଫରେନସିଂ ଜରିଆରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ

mahabharatanews

ଆସନ୍ତା ଦୀପାବଳିକୁ ନେଇ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

mahabharatanews

ପୋଲିସକୁ ଖୋଲା ଚାଲେଞ୍ଜ ଦେଉଛନ୍ତି ଅପରାଧୀ

mahabharatanews