ଭାରତ

ଆଜି ନାମାଙ୍କନ ଭରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

(ଦିଲ୍ଲୀ) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ୧୪ ତାରିଖରେ ବାରାଣାସୀ ଲୋକସଭା ଆସନରୁ ତାଙ୍କର ନାମାଙ୍କନ ଦାଖଲ କରିବେ । ଲଗାତାର ଦୁଇଥର ରେକର୍ଡ ଭୋଟ୍ ସହ ପିଏମ ମୋଦୀ ଏହି ଆସନରେ ଜିତିଛନ୍ତି, ଏବେ ସେ ପୁଣିଥରେ ଏହି ଆସନରୁ ହ୍ୟାଟ୍ରିକ୍ ମାରିବା ଲାଗି ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି ।

ତାଙ୍କ ସହ ପ୍ରତିଦ୍ୱନ୍ଦିତା କରୁଛନ୍ତି କଂଗ୍ରେସର ଅଜୟ ରାୟ ଏବଂ ଅନ୍ୟ କେତେକ ଏହି ଆସନରୁ ସ୍ୱାଧୀନ ପ୍ରାର୍ଥୀ ମଧ୍ୟ ଛିଡା ହୋଇଛନ୍ତି । ମୋଦିଙ୍କ ନାମାଙ୍କନ ଭରିବା କାର୍ଯ୍ୟକ୍ରମକୁ ଭବ୍ୟ କରିବା ଲାଗି ବାରାଣାସୀରେ ବିଜେପି ଏକ ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ କରିଛି । ତା’ପରେ ଅପରାହ୍ନ ୧୨:୦୦ ରେ ମୁଜାଫରନଗର, ୨:୩୦ ରେ ସରଣ ଏବଂ ସନ୍ଧ୍ୟା ୫ ରେ ବାରାଣାସୀ ଯିବେ ।  ପ୍ରଧାନମନ୍ତ୍ରୀ ମୋଦୀଙ୍କ ଏକ ବଡ ରୋଡ୍ ସୋ ମଧ୍ୟ ବାରାଣାସୀରେ ଅପରାହ୍ନ ୫ ଟା ରେ ହେବାର କାର୍ଯ୍ୟକ୍ରମ ରହିଛି । ଏହା ପରେ ପରଦିନ ଅର୍ଥାତ୍ ୧୪ ମଇରେ ପ୍ରଧାନମନ୍ତ୍ରୀ ମୋଦୀ ପ୍ରଥମେ ଅସି ଘାଟକୁ ଯିବେ ।

Related posts

ଲେଡି ସିଙ୍ଘମ୍‌ ନାଁରେ ଚର୍ଚ୍ଚାକୁ ଆସିଥିବା ପୋଲିସ ଅଫିସର ଗିରଫ

mahabharatanews

ହସ୍ପିଟାଲରେ ଭର୍ତ୍ତି ହେଲେ ପଞ୍ଜାବ ପୂର୍ବତନ ମୁଖ୍ୟମନ୍ତ୍ରୀ

mahabharatanews

୨.୬ କୋଟି ଲୋକ ଭାରତରେ ଏପର୍ଯ୍ୟନ୍ତ ନେଇନାହାନ୍ତି ଗୋଟିଏ ବି କରୋନା ଟୀକା

mahabharatanews