ଓଡିଶା

ଆଜି କଣ୍ଟାମାଳ ଦୁଇଟି ବୁଥରେ ସାନି ମତଦାନ

(କନ୍ଧମାଳ) : କନ୍ଧମାଳ ସଂସଦୀୟ କ୍ଷେତ୍ର କଣ୍ଟାମାଳ ନିର୍ବାଚନ ମଣ୍ଡଳୀର ଦୁଇଟି ବୁଥ ଆଜି ସାନି ମତଦାନ ହେଉଛି । ସକାଳ ୭ଟାରୁ ଆରମ୍ଭ ହୋଇଥିବା ମତଦାନ ଦିନ ୪ଟା ପର୍ଯ୍ୟନ୍ତ ଚାଲିବ । କିରାସିରା ଓ ମହେଶ୍ୱରପିଣ୍ଡା ବୁଥରେ ଭୋଟ୍ ଦେଉଛନ୍ତି ଭୋଟର । କିରାସିରା ବୁଥରେ ରିଗିଂ ଅଭିଯୋଗ ହୋଇଥିଲା । ସେହିପରି ମହେଶ୍ୱରପିଣ୍ଡା ବୁଥ ଉତେଜନା ଲାଗି ମତଦାନ ବନ୍ଦ ରହିଥିଲା ।

ସୂଚନାନୁଯାୟୀ , ଉକ୍ତ ବୁଥ ଦ୍ବୟର ସମସ୍ତ ନିର୍ବାଚନ ଅଧ‌ିକାରୀ ତଥା ଏହା ବ୍ୟତୀତ ଭାରତ ନିର୍ବାଚନ ଆୟୋଗ ଶ୍ରୀ ଦିଲୀପ କୁମାର ମହାପାତ୍ରଙ୍କୁ ବୌଦ୍ଧ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ତଥା କଣ୍ଟାମାଳ ବିଧାନସଭା ନିର୍ବାଚନ ମଣ୍ଡଳୀର ରିଟର୍ଡିଂ ଅଧିକାରୀ ରୂପେ ନିଯୁକ୍ତ କରିଛନ୍ତି । କଣ୍ଟାମାଳ ନିର୍ବାଚନମଣ୍ଡଳୀ ମହେଶ୍ୱର ପିଣ୍ଡା ବୁଥ୍ ନମ୍ବର- ୨୮ରେ ଭୋଟରଙ୍କୁ ଏକ ନିର୍ଦ୍ଧିଷ୍ଟ ଚିହ୍ନରେ ଭୋଟ ଦେବାକୁ କହିଥିବା ଅଭିଯୋଗ ହୋଇଥିଲା।

Related posts

ସରାକରଙ୍କ ନିୟମ ମାନୁନାହାନ୍ତି ଗ୍ୟାସ ଏଜେନ୍ସି

mahabharatanews

ଅନୁଗୁଳକୁ ରେଡ୍ ଜୋନ୍ ଘୋଷଣା କଲେ ଜିଲ୍ଲାପାଳ

mahabharatanews

ପାରାଦ୍ୱୀପ ବିଜେଡିର ବିଜୁ ବାବୁଙ୍କ ଜୟନ୍ତୀ ପାଳିତ

mahabharatanews