Uncategorized

ପାଟନାରେ ନୀତିଶ ନିଖୋଜ ପୋଷ୍ଟର

(ମହାଭାରତ,/ପାଟନା): ନାଗରିକତା ସଂଶୋଧନ ଆଇନ(ସିଏଏ)କୁ ନେଇ ସାରା ଦେଶରେ ନିଆଁ ଜଳୁଛି । ଏଥିରୁ ବିହାର ମଧ୍ୟ ବାଦ ପଡିନାହିଁ । ଅନ୍ୟ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀ ତଥା ଶାସକ ଦଳର ବରିଷ୍ଠ ନେତାମାନେ ଲୋକଙ୍କୁ ଶାନ୍ତି ବଜାୟ ରଖିବାକୁ ନିବେଦନ କରିଛନ୍ତି । କିନ୍ତୁ ବିହାର ମୁଖ୍ୟମନ୍ତ୍ରୀ ଏ ସମ୍ପର୍କରେ ଏଯାଏ ମୁହଁ ଖୋଲି ନାହାନ୍ତି । ଫଳରେ ପାଟନାର ବିଭିନ୍ନ ସ୍ଥାନରେ ନୀତିଶ ନିଖୋଜ ହୋଇଯାଇଥିବା ପୋଷ୍ଟର ମରାଯାଇଛି । ଏହି ପୋଷ୍ଟରରେ ନୀତିଶଙ୍କର ଏକ ବଡ ଫଟୋ ରହିଛି । ଯାହାର ଉପରେ ସିଏବି ଓ ଏନଆରସି ପ୍ରସଙ୍ଗରେ ଚୁପ୍ ବୋଲି ଲେଖାଯାଇଛି । ଏହାସହ ନୀତିଶ କୁମାର କିଛି ଦିନ ଧରି ନିଖୋଜ ଥିବା ଏଥିରେ ଉଲ୍ଲେଖ କରାଯାଇଛି । ଏହି ବ୍ୟକ୍ତି ଜଣକ କିଛି ଦିନ ହେଲା ଦେଖିବାକୁ କିମ୍ବା ଶୁଣିବାକୁ ମିଳିନାହାନ୍ତି । ତାଙ୍କୁ ଖୋଜି ଆଣିବା ବ୍ୟକ୍ତି ପ୍ରତି ବିହାର ସର୍ବଦା କୃତଜ୍ଞ ରହିବ ବୋଲି ଲେଖାଯାଇଛି । ସୂଚନାଯୋଗ୍ୟ, ନୀତିଶ କୁମାରଙ୍କ ଜେଡିୟୁ ଦଳ ଏନଆରସିକୁ ବିରୋଧ କରୁଥିବା ବେଳେ ଲୋକସଭା ଓ ରାଜ୍ୟସଭାରେ ସିଏଏକୁ ସମର୍ଥନ ଜଣାଇଥିଲା । ଫଳରେ ଜେଡିୟୁ ଉପାଧ୍ୟକ୍ଷ ପ୍ରଶାନ୍ତ କିଶୋର ଏବଂ ଅନ୍ୟମାନେ ନୀତିଶଙ୍କୁ କଡା ସମାଲୋଚନା କରିଥିଲେ ।

Related posts

ଦେଶରେ ଗତ ୨୪ଘଣ୍ଟାରେ ୭୦୫ ଜଣଙ୍କ କରୋନାରେ ମୃତ୍ୟୁ

mahabharatanews

ଗୁଜୁରାଟ ଉପମୁଖ୍ୟମନ୍ତ୍ରୀଙ୍କ ଉପରକୁ ଜୋତା ମାଡ

mahabharatanews

ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀଙ୍କୁ ରାଷ୍ଟ୍ରପତି ଭବନରେ ସମ୍ବର୍ଦ୍ଧନା

mahabharatanews