Uncategorized

କୁକୁଡା ଫାର୍ମରେ ଅଗ୍ନିକାଣ୍ଡ

ଶିଲିଗୁଡି: ଶନିବାର ଦିନ ପଶ୍ଚିମବଙ୍ଗର ଶିଲିଗୁଡିଠାରେ ଏକ ୪ ମହଲା କୋଠାରେ ଅଗ୍ନିକାଣ୍ଡ ଘଟିଛି । ତେବେ ଏହି ଦୁର୍ଘଟଣାରେ କୌଣସି ଜୀବନ ହାନୀ ହୋଇନଥିବା ସୂଚନା ମିଳିଛି । ୪ଟି ଦମକଳ ବାହିନୀର ଦେଢ ଘଣ୍ଟାର ଅକ୍ଳାନ୍ତ ପରିଶ୍ରମ ପରେ ଏକ ବିରାଟ ଅଘଟଣକୁ ରୋକାଯାଇଥିବା ଅଧିକାରିକ ସୂତ୍ରରୁ ଜଣାପଡିଛି ।
ଆଜି ସ୍ଥାନୀୟ ଲୋକେ ଶିଲିଗୁଡିର ନୌକା ଘାଟ ଅଞ୍ଚଳରେ ଥିବା ଏକ ଚାରିମହଲା କୋଠାର ଉପର ମହଲାରେ ଥିôବା କୁକୁଡା ଫାର୍ମରୁ ଧୂଆଁ ଉଠୁଥିବା ଦେଖି ତୁରନ୍ତ ଅଗ୍ନିଶମ ବିଭାଗକୁ ଫୋନ କରିଥିଲେ । ଅଗ୍ନିଶମ ବାହିନୀ କାଳ ବିଳମ୍ବ ନ କରି ସେଠାରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । ଏହି କୋଠାଟି ଏକ ଆବାସିକ କୋଠା ହେ।।ଇଥିଲେ ମଧ୍ୟ ଗୋଟିଏ ଅଫିସ ରହିଛି ଓ ଉପର ମହଲାରେ କୁକୁଡା ଫାର୍ମ କରାଯାଇଛି ।

SR

Related posts

ଫାରୁକ ଅବଦୁଲ୍ଲାଙ୍କ ମୁକ୍ତି ପାଇଁ ନିର୍ଦ୍ଦେଶନାମା ଜାରି

mahabharatanews

ଇସ୍ରୋ ଲଞ୍ଚ କରିବାକୁ ଯାଉଛି ଚନ୍ଦ୍ରଯାନ-୩

mahabharatanews

ଧରା ପଡି ଛେଚା ଖାଇଲା ଚୋର

mahabharatanews