ଅପରାଧଭାରତ

ପୋଲିସ ଓ ଗଣମାଧ୍ୟମ ପ୍ରତିନିଧିଙ୍କୁ ଦେଖାଇଲେ ପାୱାର: ବିଧାୟକ ଝିଅ

କର୍ଣ୍ଣାଟକା :ଦେଖନ୍ତୁ ଏହି ଯୁବତୀଙ୍କୁ କିପରି ପୁଲିସ ଏବଂ ସାମ୍ବାଦିକଙ୍କୁ ଦୁର୍ବ୍ୟବହାର କରୁଛନ୍ତି । ନିଜକୁ MLA ଝିଅର ପରଚୟ ଦେଇ ଯୁକ୍ତି କରୁଛନ୍ତି । ପ୍ରଥମେ ଭୁଲ ତାପରେ ଏମିତି ବ୍ୟବହାର । ଟ୍ରାଫିକ ନିୟମ ନମାନି ଯୁବତୀ ଜଣଙ୍କ ଗାଡ଼ି ଚଳାଉଥିଲେ । ବାଟରେ ପୋଲିସ ଧରିବାରୁ ଏମିତି କିଛି ଯୁକ୍ତି କରିଛନ୍ତି । ଏଥିସହ ପୁଲିସ୍ କର୍ମଚାରୀଙ୍କ ଯୁକ୍ତିତର୍କ କରିଥିଲେ। ଏହାର ଦୃଶ୍ୟ ଗଣମାଧ୍ୟମ ପ୍ରତିନିଧିମାନେ ରେକର୍ଡ କରିବାବେଳେ ବିଧାୟକଙ୍କ ଝିଅ ସେମାନଙ୍କୁ ମଧ୍ୟ ତୋଡ଼ ଦେଖାଇଥିଲେ। ଝିଅର ଏପରି ବ୍ୟବହାର ପାଇଁ କର୍ଣ୍ଣାଟକା ବିଜେପି ବିଧାୟକ ଅରବିନ୍ଦ ଲିମ୍ବାଭାଲି ପୁଲିସ୍ କର୍ମଚାରୀ ଓ ଗଣମାଧ୍ୟମ ପ୍ରତିନିଧିଙ୍କୁ କ୍ଷମା ମାଗିଛନ୍ତି। ଏହି ଦୃଶ୍ୟ ଭାଇରାଲ ହେବା ପରେ ବିଧାୟକ ଅରବିନ୍ଦଙ୍କୁ ଚାରିଆଡ଼ୁ ସମାଲୋଚନାର ଶିକାର ହେବାକୁ ପଡ଼ିଥିଲା।

ଏହାକୁ ଦୃଷ୍ଟିରେ ରଖି ସେ ସମସ୍ତଙ୍କୁ ନିଜ ଝିଅ ପାଇଁ କ୍ଷମା ମାଗିଛନ୍ତି। ଭାଇରାଲ ହେଉଥିବା ଭିଡିଓରେ ବିଧାୟକଙ୍କ ଝିଅ ଜଣେ ପୁଲିସ୍ କର୍ମଚାରୀଙ୍କ ସହ ଯୁକ୍ତି କରୁଥିବା ଦେଖିବାକୁ ମିଳିଥିଲା। ଏଥିରେ ସେ କହିଥିଲେ ଯେ “ମୁଁ ଏବେ ଯିବାକୁ ଚାହେଁ। କେହି ବି ମୋ କାର୍ରୁ ଅଟକାଇ ପାରିବେ ନାହିଁ। ଓଭର ଟେକିଂ ପାଇଁ ଆପଣମାନେ ମୋ ନାଁରେ କେସ କରିପାରିବେ ନାହିଁ। ଏହା ଜଣେ ବିଧାୟକଙ୍କ ଗାଡ଼ି। ଆମେ ଭୁଲ କିମ୍ବା ଦ୍ରୁତଗତିରେ ଗାଡ଼ି ଚଳାଇ ନଥିଲୁ। ମୋ ବାପା ଅରବିନ୍ଦ ଲିମ୍ବାଭାଲି। ଏକଥା ମନେ ରଖିଥାଅ।”

ଟ୍ରାଫିକ ନିୟମ ନ ମାନି ପୁଲିସ୍ ସହ ଯୁକ୍ତିତର୍କ କରିଥିବାରୁ ବିଧାୟକଙ୍କ ଝିଅଙ୍କୁ ୧୦ ହଜାର ଟଙ୍କା ଫାଇନ ଦେବାକୁ ପଡ଼ିଛି। ଭିଡିଓକୁ ଦେଖିବା ପରେ ବିଧାୟକ ଅରବିନ୍ଦ କହିଛନ୍ତି, “ମୁଁ ଉକ୍ତ ଭିଡିଓକୁ ଦେଖିଛି। ସେ ମିଡିଆ ପ୍ରତିନିଧିମାନଙ୍କୁ ସାର୍ ବୋଲି ସମ୍ବୋଧନ କରିଥିଲା। ତଥାପି ତା’ର ବ୍ୟବହାରରେ ଯଦି କେହି ଆଘାତ ପାଇଛନ୍ତି, ତା’ହେଲେ ମୋ ଝିଅ ତରଫରୁ ମୁଁ ସମସ୍ତଙ୍କୁ କ୍ଷମା ମାଗୁଛି। ଆମ ପରିବାରର ଗୋଟିଏ ଭଲ ଟ୍ରାକ ରେକର୍ଡ ରହିଛି। ଆମେ କେବେ ହେଲେ ଏମିତି ବିବାଦ ସୃଷ୍ଟି କରିବାକୁ ଚାହୁଁନୁ।”

Related posts

ପଟିଆ ଷ୍ଟେସନ ଅଞ୍ଚଳରେ ୨ ନାବାଳିକାଙ୍କୁ ଗଣଦୁଷ୍କର୍ମ ମାମଲା :ଧରାପଡ଼ିଲା ମୁଖ୍ୟ ଅଭିଯୁକ୍ତ

mahabharatanews

କ୍ୟାନସରରେ ପୀଡ଼ିତ ହେଲେ ଅଭିନେତ୍ରୀ ମହିମା ଚୌଧୁରୀ

mahabharatanews

ସରିଗଲା ମଜା ! ଛାଡିଦେଲା ପ୍ରେମିକ

mahabharatanews

Leave a Comment