ମନୋରଞ୍ଜନ

ଆଦିପୁରୁଷର ରିଲିଜ୍ ପୂର୍ବରୁ ଫୁଟିବ ୫୦ଲକ୍ଷର ବାଣ

(ମୁମ୍ବାଇ) : ଆଦିପୁରୁଷର ରିଲିଜ୍ ପୂର୍ବ ଇଭେଣ୍ଟରେ ଫୁଟିବ ୫୦ଲକ୍ଷର ବାଣ। ଜୁନ୍ ୧୬ରେ ଫିଲ୍ମଟି ରିଲିଜ୍ ହେବାକୁ ଥିବା ବେ‌‌ଳେ ଏହି ଫିଲ୍ମକୁ ନେଇ ବେଶ ଖୁସି ଅଛନ୍ତି ଦର୍ଶକ।  ଏହି କାର୍ଯ୍ୟକ୍ରମରେ ପ୍ରଭାସ ଓ କ୍ରିତିଙ୍କ ହଜାର ହଜାର ପ୍ରଶଂସକ ଯୋଗଦେବେ ବୋଲି ଆଶା କରାଯାଉଛି। କାର୍ଯ୍ୟକ୍ରମ ପାଇଁ ଏବେ ପ୍ରସ୍ତୁତି ଚାଲିଥିବାବେଳେ ନିର୍ମାତାମାନେ ଏହି ଇଭେଣ୍ଟକୁ ସ୍ମରଣୀୟ କରିବା ପାଇଁ ୫୦ଲକ୍ଷ ଟଙ୍କାର ବାଣ ଫୁଟାଇବାକୁ ଯୋଜନା କରୁଥିବା ଜଣାପଡ଼ିଛି।

ସୂଚନାନୁଯାୟୀ , ଆଜି ତିରୁପତିରେ ଆଦିପୁରୁଷର ରିଲିଜ୍ ପୂର୍ବ ଇଭେଣ୍ଟ ଅନୁଷ୍ଠିତ ହେବ। ତିରୁପତିଠାରେ ଆଦିପୁରୁଷ ପାଇଁ ସ୍ୱତନ୍ତ୍ର ଟ୍ରେଲର ଲଞ୍ଚ ଇଭେଣ୍ଟ ଅନୁଷ୍ଠିତ ହେବାକୁ ଥିବା ବେଳେ ଏଥିପାଇଁ ନିର୍ମାତା କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ସାମ୍ନାକୁ ଆସିଛି। ଏହି ଇଭେଣ୍ଟ ପାଇଁ ନିର୍ମାତା ମୋଟ ୨.୫ କୋଟି ଟଙ୍କା ଖର୍ଚ୍ଚ କରିଥିବା କୁହାଯାଉଛି।

Related posts

ରିଲିଜ ହେଲା ଅବତାର ଫ୍ରାଞ୍ଚାଇଜ୍‌ର ଦ୍ୱିତୀୟ ପାର୍ଟ

mahabharatanews

ବାପା ଧର୍ମେନ୍ଦ୍ରଙ୍କ ସହ ଆମେରିକାରେ ସନ୍ନି 

mahabharatanews

ଆଖି ବୁଜିଲେ ଅଭିନେତ୍ରୀ ମଞ୍ଜୁ ସିଂହ

mahabharatanews